ଓଡିଶା

odisha

By

Published : Jul 17, 2020, 12:05 PM IST

ETV Bharat / state

ବିସ୍ଫୋରକ ଭର୍ତ୍ତି କାର ଜବତ, ଜଣେ ଗିରଫ

କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ବିସ୍ଫୋରକ ଭର୍ତ୍ତି ଏକ ଇନୋଭା କାର ଜବତ ହୋଇଛି।

car seizef
ବିସ୍ଫୋରକ ଭର୍ତ୍ତି କାର ଜବତ

କେନ୍ଦୁଝର: ବିସ୍ଫୋରକ ଭର୍ତ୍ତି ଇନୋଭା କାର ଜବତ । କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ବିସ୍ଫୋରକ ଭର୍ତ୍ତି ଏକ ଇନୋଭା କାର ଜବତ ହୋଇଛି।

ଇନୋଭା ଡିକିରୁ ୧୫ଟି ଇଲେକ୍ଟ୍ରୋନିକ ଡେଟୋନେଟର ଓ ପାୱାରଜେଲ୍ ଜବତ ହୋଇଛି। ଏହି ଘଟଣାରେ ଝାଡଖଣ୍ଡ ଚାଇଁବାସା ବଡ଼ାନିମଡିହି ଅଞ୍ଚଳର କୁନାଲ କୁମାର ମିଶ୍ର ନାମକ ଯୁବକକୁ ଯୋଡ଼ା ପୋଲିସ ଗିରଫ କରିଛି। ଜବତ ଇନୋଭା କାରଟି ଏକ ଚୋରା କାର ବୋଲି ପୋଲିସ ସନ୍ଦେହ କରୁଛି ।

ବିସ୍ଫୋରକ ଭର୍ତ୍ତି କାର ଜବତ

ସୂଚନା ଅନୁସାରେ, ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରେ ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା । ଏହି ସମୟରେ ଭଦ୍ରାସାହି ପଟୁ ଆସୁଥିବା ଇନୋଭା ଗାଡିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଚଳାଉଥିବା କୁନାଲ ମିଶ୍ର ଗାଡ଼ିକୁ ଛାଡି ପଳାଇଯିବାକୁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ତାକୁ କାବୁ କରିନେଇଥିଲା ।

ଇନୋଭା କାର ଡିକି ଖୋଲିବା ପରେ ଡିକି ଭିତରେ ୧୫ ଗୋଟି ହାଇଲି ଏକ୍ସପ୍ଲେ।ସିଭ ଇଲେକ୍ଟ୍ରୋନିକ ଡିଟୋନେଟର ଏବଂ ୨୫ ଏମଏମର ୧୨୫ ଗ୍ରାମର ୧୫ଟି ପାୱାର ଜେଲ୍ ମିଳିଥିଲା । ଯୋଡା ପୋଲିସ କୁନାଲକୁ ଅଟକ ରଖି ଛାନଭିନ କରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି।

ତନ୍ମଧ୍ୟରୁ ଏକ ତଥ୍ୟ ହେଲା ୨୦୧୯ରେ ନିଜ ସ୍ତ୍ରୀକୁ ହତ୍ୟା କରି ଫେରାର ଥିବା କୁନାଲ ନାଁରେ ଝାଡଖଣ୍ଡ ଚାଇଁବାସା ମୁଫସଲ ଥାନାରେ ଏକ ମାମଲା ରହିଥିବା ଜଣା ପଡ଼ିଛି । ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details