ଓଡିଶା

odisha

ETV Bharat / state

କେନ୍ଦୁଝରଗଡ଼ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ - freight-train-derailed-in-keonjhar

ଆଜି ଅପରାହ୍ନରେ କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଘଟିଛି ଅଘଟଣ । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅଧିକ ପଢନ୍ତୁ...

freight-train-derailed-in-keonjhar
କେନ୍ଦୁଝରଗଡ଼ ଷ୍ଟେସନରେ ଲାଇନ ଚ୍ୟୁତ ହେଲା ମାଲବାହୀ ଟ୍ରେନ

By

Published : Jun 6, 2021, 4:55 PM IST

କେନ୍ଦୁଝର: ଆଜି(ରବିବାର) ଅପରାହ୍ନରେ କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଘଟିଛି ଅଘଟଣ । ଏକ ମାଲବାହୀ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇ ବଗିରୁ ଅଲଗା ହୋଇଯାଇଛି । ଟ୍ରେନଟି ନୟାଗଡ଼ ସାଇଡିଂକୁ ଲୁହାପଥର ଆଣିବାକୁ ଯାଉଥିବା ଜଣାପଡିଛି ।

କେନ୍ଦୁଝରଗଡ଼ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଗତ କିଛି ମାସ ମଧ୍ୟରେ ଉକ୍ତ ଷ୍ଟେସନ ନିକଟରେ ଦୁଇରୁ ଅଧିକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି ।

ଖବରପାଇ ରେଳ ବିଭାଗ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଟ୍ରେନ ଲାଇନଚ୍ୟୁତ ହେବା ଯୋଗୁଁ ଅନ୍ୟ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।

ବାରମ୍ବାର ଏଭଳି ଟ୍ରେନ ଲାଇନଚ୍ୟୁତ ହେଉଥିଲେ ମଧ୍ୟ ବିଭାଗର ଅବହେଳା ନୀତି ପଦାରେ ପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details