କେନ୍ଦୁଝର: ବିଗତ କିଛି ଦିନ ହେବ ସାମ୍ନାକୁ ଆସିବାରେ ଲାଗିଛି ଅନେକ ବଡ ବାବୁଙ୍କ ଲାଞ୍ଚ ମଗା ଘଟଣା । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ପାଟଣା ରେଞ୍ଜ ଅଞ୍ଚଳରେ । ଯେଉଁଥିରେ ଜଣେ ଆଦିବାସୀ ନିଜ ପଟାଭୁକ୍ତ ଜମିରୁ ଇଉକାଲିପଟାସ ଗଛ କାଟିବାକୁ ଚାହିଁବାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଫରେଷ୍ଟର ।
ଫରେଷ୍ଟରଙ୍କ ଦାଦାଗିରି, ଧମକ ଭିଡ଼ିଓ ଭାଇରଲ - ଭିଡ଼ିଓ ଭାଇରଲ
ବିଗତ କିଛି ଦିନ ହେବ ସାମ୍ନାକୁ ଆସିବାରେ ଲାଗିଛି ଅନେକ ବଡ ବାବୁଙ୍କ ଲାଞ୍ଚ ମଗା ଘଟଣା । ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ପାଟଣା ରେଞ୍ଜ ଅଞ୍ଚଳରେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଲାଞ୍ଚ ଦେବାକୁ ମନା କରିବାରୁ ସମ୍ପୃକ୍ତ ବ୍ୟକ୍ତି ଓ ଫରେଷ୍ଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ମୁଣ୍ଡ କାଟି ଦେବାର ଧମକ ଦେଇଥିଲେ ଫରେଷ୍ଟର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ