ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ପ୍ରସ୍ତୁତି ସମୟରେ ଚଢାଉ କଲା ବନବିଭାଗ । ଚଢାଉ କରି ବନ ବିଭାଗ ଜଣଙ୍କୁ ଗିରଫ କରିବା ସହ ଅନେକ ମାରଣାସ୍ତ୍ର ଜବତ କରିଛି ।
ଶିକାର ପାଇଁ ଚାଲିଥିଲା ଯୋଜନା, ପଣ୍ଡ କଲା ବନବିଭାଗ - ଆନନ୍ଦପୁର ଉପଖଣ୍ଡରେ ଚଢାଉ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟରେ ଚଢାଉ । ଜଣେ ଶିକାରୀ ଗିରଫ, ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ...
ଶିକାର ପାଇଁ ଚାଲିଥିଲା ଯୋଜନା, ପଣ୍ଡ କଲା ବନ ବିଭାଗ
ଶିକାର ପାଇଁ ଚାଲିଥିଲା ଯୋଜନା, ପଣ୍ଡ କଲା ବନ ବିଭାଗ
ସୂଚନା ଅନୁଯାୟୀ ଛଅ ଜଣ ବ୍ୟକ୍ତି ଶିକାର ପାଇଁ ଆନନ୍ଦପୁରର ହସ୍ତୀ ଅଭୟାରଣ୍ୟରେ ପ୍ରସ୍ତୁତ ଚଳାଇଥିଲେ । ଏହି ସମୟରେ ଖବର ପଇଁ ବନ ବିଭାଗ ଚଢାଉ କରିଥିଲା । ବନ ବିଭାଗ ଜଣଙ୍କୁ ଧରି ଥିବାବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଧନୁତୀର, ଗନ ପାଉଡର ଓ ନଡିଆ କତା ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ସ୍ଥାନୀୟ ପୁରୁଣାପାଣି ଗ୍ରମର ର୍ମାକଣ୍ଡ ହୋତା ବୋଲି ଜଣାପଡିଛି । ଖୁବଶୀଘ୍ର ଠାବ କରି ଅନ୍ଯମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ