କେନ୍ଦୁଝର: ଜଙ୍ଗଲ ନିଆଁରେ ଜଳି ଜଣେ ଗୁରୁତର । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ଅଧାରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଯାଇଥିବା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲାର ଝାରବେଡା ଗ୍ରାମରେ ଦେଖିବାକୁ ମିଳିଛି ।
ଜଙ୍ଗଲ ନିଆଁରେ ଜଳି ଜଣେ ଗୁରୁତର - କେନ୍ଦୁଝର ଜଙ୍ଗଲ ନିଆଁରେ ଜଳି ଜଣେ ଗୁରୁତର
କେନ୍ଦୁଝର ଜିଲ୍ଲାର ଅଧାରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଯାଇଥିବା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଛି । ନିଜ ଘରକୁ ଫେରୁଥିବାବେଳେ ଜଣେ ବ୍ୟକ୍ତି ଜଙ୍ଗଲ ନିଆଁରେ ପୋଡି ଗୁରୁତର । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ଗାଁର ମଣିଷମୁଣ୍ଡ ସାହି ନିକଟବର୍ତ୍ତୀ ଜଙ୍ଗଲରେ ନିଆଁ ଲାଗିଥିଲା । ତେବେ ଝାରବେଡା ଗ୍ରାମର ଝରା ନାଏକ ଅସନବଣୀ ଗାଁକୁ ଦିନ ମଜୁରୀ କାମ କରିବା ପାଇଁ ଯାଇଥିଲେ । କାମସାରି ଫେରିବା ସମୟରେ ସେହି ମଣିଷ ମୁଣ୍ଡ ଜଙ୍ଗଲବାଟ ବାଟ ଭିତର ରାସ୍ତାରେ ଆସୁଥିଲେ । ଆସିବା ସମୟରେ ଜଙ୍ଗଲରେ ନିଆଁ ଲାଗିଥିଲା । ଝରା ନାଏକଙ୍କର ବାତ ରୋଗ ଥିବାରୁ ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନରେ ହଠାତ୍ ବାତ ମାରିବାରୁ ସେଠାରେ ପଡିଯାଇଥିଲେ । ପଡିରହି ସେଠାରେ ରାତି ସାରା ପଡିରହିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ମହୁଲ ଗୋଟେଇବା ପାଇଁ ଯାଇ ଜଙ୍ଗଲ ମଧ୍ୟରେ ଝରା ନାଏକଙ୍କୁ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ସ୍ଥାନୀୟ ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ଝରାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଝରା ବର୍ତମାନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ