କେନ୍ଦୁଝର : ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ବାଇଲୋବେଡା ଗ୍ରାମରେ ଚୋରା ଚାଲାଣ କାଠ ଜବତ ହୋଇଛି । ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ କରି ୭୦ ହଜାର ଟଙ୍କାର ଶାଳକାଠ ଜବତ କରିଛନ୍ତି ।
ସୂଚନା ଅନୁଯାୟୀ ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆ ମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ବନବିଭାଗର ପେଟ୍ରୋଲିଂ ଚାଲିଥିବା ଦେଖି ଭୟଭୀତ ହୋଇ ଚାଲାଣ ବଦଳରେ ଉକ୍ତ ନାଳର ପାଣି ଭିତରେ ଲୁଚାଇ ପଳାଇଥିଲେ । ଶୁକ୍ରବାର ରାତିରେ ବନବିଭାଗର ପେଟ୍ରୋଲିଂ ସମୟରେ କାଠ ଗୁଡିକ ନାଳ ମଧ୍ୟରେ ଲୁଚାଯାଇଥିବାର ସନ୍ଧାନ ପାଇଥିଲେ ।