ଓଡିଶା

odisha

ETV Bharat / state

ବନବିଭାଗର ଚଢାଉ, ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ - ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝରରେ ଜଣଙ୍କ ଘରେ ଚଢାଉ କଲା ବନବିଭାଗ । ଲକ୍ଷାଧିକ ଟଙ୍କାର କାଠ ଜବତ । ଅଧିକ ପଢନ୍ତୁ...

କେନ୍ଦୁଝରରେ କାଠ ଜବତ ମାମଲା
କେନ୍ଦୁଝରରେ କାଠ ଜବତ ମାମଲା

By

Published : Feb 11, 2021, 10:55 AM IST

କେନ୍ଦୁଝର: ପାଟଣା ବନ ରେଞ୍ଜ ଅନ୍ତର୍ଗତ ଖଡିକାପଦା ଗୋହିରା ସାହିର ଧନେଶ୍ବର ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ତାଙ୍କ ଘରେ ବେଆଇନ ଚଉକାଠ ଥିବା ଡିଏଫଓ କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଡିଏଫଓଙ୍କ ନିର୍ଦ୍ଦେଶରେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ବନ ବିଭାଗ ପକ୍ଷର ଚଢାଉ କରାଯାଇଥିଲା।

କେନ୍ଦୁଝରରେ କାଠ ଜବତ ମାମଲା

ତାଙ୍କ ଘର ବାରଣ୍ଡାରେ ଥିବା ୭୫ ସିଏଫଟି ଚଉକାଠ ଜବତ କରାଯାଇଛି। ଏଥିସହିତ ଗ୍ରାମର ଏକ ରାସ୍ତା କଡରେ ପଡିଥିବା ଶାଳ ଓ ଅର୍ଜୁନ ଗଣ୍ଡିକୁ ମଧ୍ୟ ଜବତ କରାଯାଇଛି। ଏସବୁ ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଇଛି। ଜବତ କାଠକୁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ପଠାଇଛନ୍ତି ଡିଏଫଓ।

ଏହି ଚଢାଉରେ ଏସିଏଫ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ସନାତନ ମିଶ୍ର, ତ୍ରିନାଥ ଜେନା ପ୍ରମୁଖ ସାମିଲ ହୋଇଥିଲେ। ଏହି ଘଟଣାରେ କାହାରିକୁ ଅଭିଯୁକ୍ତ ଭାବେ ଗିରଫ କରାଯାଇ ନଥିବା ନେଇ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details