ଓଡିଶା

odisha

ETV Bharat / state

କାଠ ଚୋରା ଚାଲାଣ ଉଦ୍ୟମ ପଣ୍ଡ, ମୂଲ୍ୟବାନ ଶାଳକାଠ ଜବତ - wood

କେନ୍ଦୁଝର ବନବିଭାଗ ହାତରେ କାଠମାଫିଆ । କାଠ ଚୋରା ଚାଲାଣ ଖବର ପାଇ ଅତର୍କିତ ଚଢାଉ କରିଥିଲା ବନବିଭାଗ । ଆଉ ୭୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ ମଧ୍ୟ କଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

By

Published : Mar 26, 2019, 5:13 PM IST

କେନ୍ଦୁଝର: କାଠ ଚୋରାଚାଲାଣ ଉଦ୍ୟମ ପଣ୍ଡ କଲା କେନ୍ଦୁଝର ବନବିଭାଗ ।ଆନନ୍ଦପୁର ଡିଏଫଓ ଅଜିତ ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ମିଳିତ ଚଢାଉ କରି ୭୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ କରିଛି । ଖବର ଅନୁଯାୟୀ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ବନପାଳ ଅଧିନସ୍ଥ ହାତୀକୁଚା ଗାଁ ନିକଟସ୍ଥ ଖେସରା ଜଙ୍ଗଲରେ ଏହି ଚଢାଉରେ ଶାଳକାଠ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ଖବରମୁତାବକ, ସୋମବାର ଦିନ ଉକ୍ତ ଜଙ୍ଗଲରୁ କାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର ଡିଏଫଓକୁ ଖବର ମିଳିଥିଲା । ଖବର ପାଇବା ପରେ ମାଫିଆଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସୋମବାର ଠାରୁ ଉଦ୍ୟମ ଜାରି ରହିଥିଲା । ହେଲେ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି । କିନ୍ତୁ ଉକ୍ତ କାଠକୁ ମଙ୍ଗଳବାର ଦିନ ଜବତ କରାଯାଇଛି ।

ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଆଣାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଚଢାଉ ପ୍ରକ୍ରିୟାରେ ଦେଓଗାଁ ରେଞ୍ଜର ଭୁବନାନନ୍ଦ ମହାନ୍ତି, ବନପାଳ ଅଶୋକ ପଟ୍ଟନାୟକ, ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ପ୍ରିୟଦର୍ଶିନୀ ଜେନା, ରଶ୍ମିରଞ୍ଜନ ରାଉତ, ଭଗାମୁଣ୍ଡା ବନପାଳ ବିଜୟ କୁମାର ତରାଇ, ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାଙ୍କ ସହ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ମିଶନ ସଫଳ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

:

ABOUT THE AUTHOR

...view details