କେନ୍ଦୁଝର: ହାତୀ ଶିକାର କରୁଥିବା ସନ୍ଦେହରେ 6 ଜଣକୁ ଅଟକ ରଖିଲା ବନବିଭାଗ । ତେଲକୋଇ ବନାଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ କାର ଗାଡିରୁ ମିଳିଥିବା ସାମଗ୍ରୀ ହାତୀ ଶିକାର ପାଇଁ ହୋଇଥିବା ସନ୍ଦେହ କରାଯାଉଛି।
ତେଲକୋଇ ବନାଞ୍ଚଳ ଅଧିନସ୍ଥ କରଦାଙ୍ଗି ଗାଁ ଶିଖେଶ୍ବର ପାହାଡ ଅଞ୍ଚଳରେ ସନ୍ଦେହଜନକ କିଛି ବ୍ୟକ୍ତିଙ୍କୁ ବୁଲୁଥିବାର ପ୍ରଥମେ ଗ୍ରାମବାସୀ ଦେଖିଥିଲେ । ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଗ୍ରାମବାସୀ ସେମାନଙ୍କୁ କାବୁ କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଥିଲେ । ଏହି 6 ଜଣ ବ୍ୟକ୍ତି ଗୋଟିଏ କାର ଓ ବାଇକରେ ଆସିଥିଲେ ।