ଓଡିଶା

odisha

ETV Bharat / state

ଚୋରା ଶାଳକାଠ ବୋଝେଇ ପିକଅପ ଭ୍ୟାନ ଜବତ, 2 ଅଟକ - ଚୋରା କାଠ ଚାଲାଣ

ଚୋରା କାଠ ଚାଲାଣ ବେଳେ ଜବତ କଲେ ଚମ୍ପୁଆ ବନାଞ୍ଚଳ ଅଧିକାରୀ । ଏକ ପିକ୍ ଅପ୍ ଭ୍ୟାନ ଯୋଗେ ଚୋରା କାଠ ଚାଲାଣ ଚାଲିଥିବା ବେଳେ ଜବତ କରିଛନ୍ତି ଅଧିକାରୀ । ଅଧିକ ପଢନ୍ତୁ...

ଚୋରା ଶାଳ କାଠ ବୋଝେଇ ପିକଅପକୁ ଜବତ କଲା ବନ ବିଭାଗ
ଚୋରା ଶାଳ କାଠ ବୋଝେଇ ପିକଅପକୁ ଜବତ କଲା ବନ ବିଭାଗ

By

Published : Mar 9, 2021, 11:41 AM IST

କେନ୍ଦୁଝର: ଚୋରା କାଠ ଚାଲାଣ ବେଳେ ଜବତ କଲେ ଚମ୍ପୁଆ ବନାଞ୍ଚଳ ଅଧିକାରୀ । ଏକ ପିକ୍ ଅପ୍ ଭ୍ୟାନ ଯୋଗେ ଚୋରା କାଠ ଚାଲାଣ ଚାଲିଥିବା ବେଳେ ଜବତ କରିଛନ୍ତି ଅଧିକାରୀ । ଚୋରା ଶାଳ କାଠ ବୋଝେଇ ହୋଇ ଯାଉଥିବା ସମୟରେ ବନବିଭାଗ ସମ୍ପୃକ୍ତ ପଟା ବୋଝେଇ ଗାଡିକୁ ଜବତ କରିବା ସହିତ ଗାଡ଼ିରେ ଥିବା ୨ ଜଣକୁ ଅଟକ ରଖିଛି ।

ଚୋରା ଶାଳ କାଠ ବୋଝେଇ ପିକଅପକୁ ଜବତ କଲା ବନ ବିଭାଗ

ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଚମ୍ପୁଆ ବନାଞ୍ଚଳ ଅଧୀନ ଯୋଡ଼ା ସେକ୍ସନର ବାଂଶପାଣି ନିକଟରୁ ଝାଡ଼ଖଣ୍ଡ ନମ୍ବର ଥିବା JH05CR 7017 ପିକ ଅପ୍ ଗାଡ଼ିଟିକୁ ସୋମବାର ବିଳମ୍ବିତ ରାତିରେ ବନବିଭାଗ ଜବତ କରିଛି । କେନ୍ଦୁଝର ଡ଼ିଏଫଓ ସ୍ବୟଂ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ସଞ୍ଜୀବ ରାଉତ, କେନ୍ଦୁଝର ମୋବଇଲ ଅଧିକାରୀ ଘାଷିନାଥ ପାତ୍ର, ବଡ଼ବିଲ ବନାଞ୍ଚଳ ଅଧିକାରୀ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଏହି କାଠ ପଟା ବୋଝେଇ ଗାଡ଼ିଟିକୁ ପିଛା କରି ଜବତ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details