ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ପାଇଁ ବାଧକ ହେବନି ଅର୍ଥ, ଡିଏମଏଫ ଦେଲା ୧୪.୪ କୋଟି ଟଙ୍କାର ଛାତ୍ରବୃତ୍ତି - keonjhar educational news

ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ହେବନି, ଡିଏମଏଫ ପକ୍ଷରୁ ୧୪.୪ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ । ଦେଶରେ ପ୍ରଥମ ଥର ୮ମ ଓ ୯ମ ଶ୍ରେଣୀ ପାଇଁ ମଧ୍ୟାନ ଭୋଜନର ବ୍ୟବସ୍ଥା । ଅଧିକ ପଢନ୍ତୁ

ଉଚ୍ଚ ଶିକ୍ଷା ପାଇଁ ଅର୍ଥ ହେବନି ବାଧକ, ଆରମ୍ଭ ହେଲା ୮ମ ଓ ୯ମ ଶ୍ରେଣୀ ପାଇଁ ମଧ୍ୟାନ ଭୋଜନ
ଉଚ୍ଚ ଶିକ୍ଷା ପାଇଁ ଅର୍ଥ ହେବନି ବାଧକ, ଆରମ୍ଭ ହେଲା ୮ମ ଓ ୯ମ ଶ୍ରେଣୀ ପାଇଁ ମଧ୍ୟାନ ଭୋଜନ

By ETV Bharat Odisha Team

Published : Sep 17, 2023, 8:35 AM IST

କେନ୍ଦୁଝର:ଜିଲ୍ଲାରେଅର୍ଥ ଅଭାବରୁ ପାଠ ପଢାରୁ ବଞ୍ଚିତ ହେବେ ନାହିଁ କେହି । ସରକାରରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ରାଜ୍ୟରେ ସ୍କୁଲ ଗୁଡିକୁ 5 ଟିରେ ରୂପାନ୍ତରଣ କରି ଶିକ୍ଷାର ଭିତ୍ତିଭୂମି ମଜଭୁତ କରାଯାଉଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ଆଜି ଜିଲ୍ଲାର ୯୯୯୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବା ସହ ଡ଼ିଏମ୍ଏଫ ଅନନ୍ୟା ଏବଂ ଡ଼ିଏମ୍ଏଫ ଉତ୍କର୍ଷ ନାମକ ୨ଟି ଯୋଜନା ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଗରୀବ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ।

ଗତକାଲି କେନ୍ଦୁଝର ସହରର ଅଡିଟୋରିଅମ ହଲ୍‌ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ୯୯୯୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ବ୍ୟାଙ୍କ ଦ୍ବାରା ୧୪.୪ କୋଟି ଟଙ୍କା ବୃତ୍ତି ରାଶି ପ୍ରଦାମ କରାଯିବା ସହ DMF ଅନନ୍ୟା ଏବଂ DMF ଉତ୍କର୍ଷ ଯୋଜନାର ଶୁଭାରମ୍ଭ କରାଯାଇଛି ।

ନୂତନ ଶିକ୍ଷାନୀତି ଅନୁସାରେ ଦେଶରେ ପ୍ରଥମ ଥର ଜିଲ୍ଲାରେ ୮ମ ଓ ୯ମ ଶ୍ରେଣୀ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ସହ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ ପାଇଁ ଏକ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ରାଜ୍ୟ ପ୍ରଶାସନିକ ପରୀକ୍ଷାରେ କୃତି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ୬୨ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସିଧାପ୍ରସାରଣ ମାଧ୍ୟମରେ ଦେଖିଥିଲେ ।

ଏହା ମଧ୍ୟ ପଢନ୍ତୁ...One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା

ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, "ବର୍ତ୍ତମାନ ଖଣିଜ ସମ୍ପଦ କ୍ଷେତ୍ରରେ ଭାରତରେ କେନ୍ଦୁଝର ଜିଲ୍ଲାର ପରିଚୟ ପାଇଥିବା ବେଳେ ଆଗକୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିଚୟ ଆଣିବ। ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ କହିଛନ୍ତି "କେନ୍ଦୁଝର ଜିଲ୍ଲା ବର୍ତ୍ତମାନ ଭାରତର ପ୍ରଥମ ସ୍ଥାନ ହେବ ଯେଉଁଠି ୮ମ ଓ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଡ଼ିଏମ୍ଏଫ ମାଧ୍ୟମରେ ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଜିଲ୍ଲାର କୃତି ଛାତ୍ରଛାତ୍ରୀମାନେ ପଢିବାର ସୁଯୋଗ ପାଇଛନ୍ତି ଆଗକୁ ମଧ୍ୟ ଏହା ଜାରୀ ରହିବ।"

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ସଦର ବିଧାୟକ ମୋହନଚରଣ ମାଝୀ, ପାଟଣା ବିଧାୟକ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଦାଗୁଡୁ ଆଦି ଯୋଗ ଦେଇଥିଲେ ।

ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details