ଓଡିଶା

odisha

ETV Bharat / state

ସଙ୍ଗରୋଧ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ - କେନ୍ଦୁଝର ଖବର

ସାରା ଦେଶରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଲୋକଙ୍କୁ ସେବା ଯୋଗାଉଛନ୍ତି । ଏଭଳି ସ୍ଥିତିରେ କେନ୍ଦୁଝରରେ କୋରୋନା ଆକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ସ୍ବସ୍ତି ଫାଉଣ୍ଡେସନ । କୋରୋନା ଆକ୍ରାନ୍ତଙ୍କୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପଠାଉଛନ୍ତି । ଅଧିକ ପଢନ୍ତୁ...

food distribute by volunteer origanisation to
ସଙ୍ଗରୋଧ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ

By

Published : Jun 4, 2021, 8:09 PM IST

କେନ୍ଦୁଝର:କୋରୋନା ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ । ସାରା ଦେଶରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଲୋକଙ୍କୁ ସେବା ଯୋଗାଉଛନ୍ତି । ଏଭଳି ସ୍ଥିତିରେ କେନ୍ଦୁଝରରେ କୋରୋନା ଆକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ ସ୍ବସ୍ତି ଫାଉଣ୍ଡେସନ । କୋରୋନା ଆକ୍ରାନ୍ତଙ୍କୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପଠାଉଛନ୍ତି ।

ସଙ୍ଗରୋଧ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ

କୋରୋନାର ଦ୍ବିତୀୟ ଲହରୀରେ ତାର ପ୍ରଭାବ ଜାରି ରହିଛି । ଏଥିରେ ଆକ୍ରାନ୍ତ ହୋଇ ବହୁ ଜୀବନହାନି ମଧ୍ୟ ଘଟିଛି । ଏହି ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କୁ ପ୍ରଶାସନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଉଛନ୍ତି । ଯେଉଁ ଆକ୍ରାନ୍ତଙ୍କ ରହିବାର ବ୍ୟବସ୍ଥା ଅଛି ସେହି ଆକ୍ରାନ୍ତ ମାନେ ନିଜ ବ୍ୟବସ୍ଥାରେ ରହୁଛନ୍ତି । ଏହି ସଙ୍ଗରୋଧରେ ରହିବାର ସୁବିଧା ଥିଲେ ମଧ୍ୟ ବହୁ ଜଣଙ୍କ ପାଇଁ ସବୁଦିନର ଖାଦ୍ୟ ପାନୀୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଲୋକଙ୍କ ପାଇଁ ସହଯୋଗର ହାତ ବଢାଇଛି କେନ୍ଦୁଝର ସହରର ସ୍ବସ୍ତି ଫାଉଣ୍ଡେସନ । ଏହି ଫାଉଣ୍ଡେସନର ସଦସ୍ୟମାନେ ନିଜସ୍ବ ଉଦ୍ୟମରେ ହାତରନ୍ଧା ଖାଦ୍ୟ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଘରେ ପହଞ୍ଚାଇ ଆସୁଛନ୍ତି । ଏହି ଫାଉଣ୍ଡେସନ ପକ୍ଷରୁ ଆଜିକୁ ୧୯ ଦିନ ଧରି ଅନବରତ ସହରର ଅସୁବିଧା ଭୋଗୁଥିବା ରୋଗୀଙ୍କ ଘରେ ଖାଦ୍ୟ ଯୋଗାଉଛନ୍ତି । ଦିନରେ ଭାତ ,ଡାଲି, ତରକାରୀ ଆଦି ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ରାତିରେ ମଧ୍ୟ ରୁଟି ତରକାରୀ ଆକ୍ରାନ୍ତଙ୍କ ଦୁଆର ମୁହଁରେ ପହଞ୍ଚାଉଛନ୍ତି ଫାଉଣ୍ଡେସନର ସ୍ବେଚ୍ଛାସେବୀ ମାନେ ।

ସେପଟେ ଏହି ଫାଉଣ୍ଡେସନର ଏଭଳି ମହତ କାର୍ଯ୍ୟ ଦେଖି ବହୁ ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଏହି ମହତ କାର୍ଯ୍ୟ ଜାରି ରହିବା ସହ ଏଥିରେ ବେଶ ଆନନ୍ଦ ପାଉଥିବା ସ୍ବସ୍ତି ଫାଉଣ୍ଡେସନର ସଦସ୍ୟମାନେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details