ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଓ ହାଟଡିହି ବ୍ଲକରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଦୁଇଦିନ ହେଲା ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ହାଟଡିହି ବ୍ଲକର ଆଇତିପୁର, ହାବଳେଶ୍ୱର, ସମଣା ଆଦି ୩ ଗୋଟି ପଞ୍ଚାୟତର ୮ ରୁ ଉର୍ଦ୍ଧ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ଏକର ଚାଷଜମି ବୁଡି ରହିବା ସହିତ ଟୁକୁଣା-ଆମ୍ବୋ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି ।
ବୈତରଣୀ ନଦୀରେ ବନ୍ୟା, ବ୍ୟାପକ ଅଞ୍ଚଳ ଜଳମଗ୍ନ - Floods in the Baitarani River
ଆନନ୍ଦପୁର ଉପଖଣ୍ଡ ଘସିପୁରା ଓ ହାଟଡିହି ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଯାହାକୁ ନେଇ ଅନେକ ଅଞ୍ଚଳକୁ ଗମନା ଗମନ ବିଚ୍ଛିନ୍ନ ହୋଇଯାଇଛି । ଅଧିକ ପଢନ୍ତୁ...
ବୈତରଣୀ ନଦୀରେ ବନ୍ୟା, ବ୍ୟାପକ ଅଞ୍ଚଳ ଜଳମଗ୍ନ
ସେହିପରି ସମଣା ପଞ୍ଚାୟତର ଚାପୁଣ୍ଡିଆ ରାସ୍ତା ଉପରେ 3 ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଗୋବିନ୍ଦପୁର, ସମଣା, ଆଗିରିଆ ଆଦି ଗ୍ରାମକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଘଷିପୁରା ବ୍ଳକ ଅନ୍ତର୍ଗତ ଶାଳଦେଇ ପଞ୍ଚାୟତର ବେଲଦା, ବ୍ରାହ୍ମଣୀଦା, ନପଙ୍ଗା, ବାଲିବରୁଆ ଓ କଇଥ ପାଟଣା ଆନନ୍ଦପୁର ବ୍ଳକ ପଞ୍ଚୁପଳୀ ଆଦି ଗାଁରେ ବୈତରଣୀ ବନ୍ୟା ଜଳ ପ୍ରବେଶ କରିଛି। ଏନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ