କେନ୍ଦୁଝର: ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ବଡ଼ବିଲ ଜଙ୍ଗଲ ବିଭାଗ ରେଞ୍ଜରଙ୍କ ଦ୍ଵାରା ଲୁହା ପଥର ଚୋରି ଅଭିଯୋଗରେ ପାଖାପାଖି ଏକ ମାସ ଆଗରୁ ଜବତ ହେଇଥିବା 5 ଟି ଟ୍ରକକୁ ଜବତ କରିଥିଲେ ।ଏହି ଜବତ ଟ୍ରକ ମଧ୍ୟରୁ ଅଦ୍ଭୁତ ଭାବେ ଦୁଇଟିର ଫିଟନେସ ସାର୍ଟିଫିକେଟ ହୋଇଛି । ଯାହାକି ଏହି ଟ୍ରକ ଦୁଇଟି ରେଞ୍ଜ ଅଫିସ କାର୍ଯ୍ୟାଳୟରେ ଥିବାବେଳେ ଏନେଇ ଜଙ୍ଗଲ ବିଭାଗ କିଛି ଦିନ ତଳେ ଥାନାରେ ଏକ ମାମଲା ରୁଜୁ କରିଥିଲା ।
କେନ୍ଦୁଝର ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ ଅନୁଯାଇ ଏହି ଜବତ ଟ୍ରକ ଗୁଡିକୁ ବ୍ଲାକ ଲିଷ୍ଟ କରା ଯାଇଛି । ଏତେ ସବୁ ଭିତରେ ଗାଡି ଦୁଇଟିର ଫିଟନେସ ହେଲା କିପରି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟ୍ରକର ଫିଟନେସ ଏକ ବର୍ଷ ପାଇଁ ଦିଆ ଯାଉଥିବା ବେଳେ ପରିବହନ ତଥ୍ୟ ଅନୁଯାୟୀ ଏହାର୍ ଫିଟନେସ 15 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅଛି । ପରିବହନ ବିଭାଗ ନିୟମ ଅନୁସାରେ କୌଣସି ଗାଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖି ଫିଟନେସ ଯାଞ୍ଚ କରି ଫୋଟୋ ଉଠାଇବା ପରେ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କିନ୍ତୁ ବଡ଼ବିଲ ପରିବହନ କାର୍ଯ୍ୟାଳୟରେ ସବୁ ସମ୍ଭବ ହେଉଥିବା ଜଣାପଡ଼ିଛି । ବଡ଼ବିଲର ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ପରିସରରେ ଜବତ ଗାଡିର ମଧ୍ୟ ସଠିକ ସମୟରେ ଏହାର ଫିଟନେସ ମଧ୍ୟ ହୋଇଯାଇ ପାରୁଛି । ଯାହା ପରିବହନ ବିଭାଗକୁ ସନ୍ଦେହ ଘରେକୁ ଟାଣିଛି ।