ଓଡିଶା

odisha

ETV Bharat / state

ବନ୍ୟା ଜଳରେ ଧୋଇଗଲା ମାଛ ପୋଖରୀ - ବନ୍ୟା ପାଣିରେ ଧୋଇଗଲା ମାଛ ପୋଖରୀ

ଲଗାଣ ବର୍ଷାରେ କେନ୍ଦୁଝର ଆନନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଚାଷ ଜମି ସହିତ ମାଛ ପୋଖରୀର ପାଣି ମାଡିିବାରୁ କ୍ଷତିଗ୍ରସ୍ତ ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

By

Published : Sep 8, 2019, 2:13 PM IST

ଆନନ୍ଦପୁର: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆନନ୍ଦପୁର ବ୍ୟାରେଜର କେନାଲର ଘାଗର ନାଳକୁ ବନ୍ୟା ଜଳ ମାଡିଆସିଛି । ଫଳରେ ଶାଳବଣୀ ଓ ମୋଚିନ୍ଦା ପଞ୍ଚାୟତର ପଣ୍ଡୁଆ ଓ ବଳଦୁଆଁ ଗାଁର ଚାଷ ଜମିରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏଥିସହ 10 ଏକରରୁ ଊର୍ଦ୍ଧ୍ବ ମାଛ ଚାଷ ହୋଇଥିବା ପୋଖରୀରେ ବନ୍ୟା ଜଳ ମାଡି ଯିବାରୁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଉ ଏଥିପାଇଁ ସ୍ଥାନୀୟ ଲୋକେ ବ୍ୟାରେଜ୍ ଡିଭିଜନ ଓ କେନାଲ ନିର୍ମାଣକାରୀ ଠିକା ସଂସ୍ଥା ଶାରଳା କନଷ୍ଟ୍ରକ୍ସନ୍ ଓ ପାତ୍ର କନଷ୍ଟ୍ରକ ସନ୍ କର୍ତ୍ତୁପକ୍ଷଙ୍କ ଖାମଖିଆଲି ନୀତିକୁ ଦାୟୀ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଏହି ସ୍ଥାନରେ ଏହି ସମାନ ସ୍ଥିତି ଉପୁଜିଥିଲା । ଯାହାର କ୍ଷତି ପୂରୁଣ ମଧ୍ୟ ଆଜି ଯାଏ ମିଳିନାହିଁ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details