ଓଡିଶା

odisha

ETV Bharat / state

କେନ୍ଦୁଝରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ - ଟାଙ୍ଗରପଡା ଅଞ୍ଚଳ

କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Aug 30, 2019, 9:17 AM IST

କେନ୍ଦୁଝର: ଜିଲ୍ଲା ରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ପ୍ରଥମ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ନାମ ମଣିରତ୍ନ ବାରିକ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ମଣିରତ୍ନ କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ସେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କୁ ଜ୍ବର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠି ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା ।

ପରେ ସେ ତାଙ୍କ ଭାଇଙ୍କ ସହ କେନ୍ଦୁଝର ପଳାଇଆସିଥିଲେ । ପରେ ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ରକ୍ତ ପରୀକ୍ଷା ପରେ ପଜେଟିଭ ବାହାରିବାରୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details