କେନ୍ଦୁଝର: ଜିଲ୍ଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି । ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ପ୍ରଥମ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କାନ ଦାଖଲ ଜାରି ରହିବ । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି ।
ବହୁ ପ୍ରାର୍ଥୀ ନାମାଙ୍କନ ଫର୍ମ ନେବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ଼ ଜମାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପାର୍ଥୀମାନେ ମଧ୍ୟ ୱାର୍ଡବାସୀଙ୍କ ସେବା କରିବା ପାଇଁ ମୈଦାନକୁ ଓହ୍ଲାଇ ଥିବାବେଳେ ଜନସାଧାରଣ ତାଙ୍କୁ ଜିତାଇବେ ବୋଲି ଆଶା ରଖିଛନ୍ତି ।