ଆନନ୍ଦପୁର: ବିପଦ ବେଳେ ନିଜକୁ ବଞ୍ଚାଇବା ସହ ଅନ୍ୟକୁ କିପରି ବଞ୍ଚାଇ ହେବ ସେ ନେଇ ଅନେକ ପ୍ରଶିକ୍ଷଣ ଲୋକମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥାଏ । ଏମିତି ଏକ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ ଦ୍ଵାରା ସାରା ରାଜ୍ୟରେ ଚାଲୁଥିବା ବେଳେ ଅଗ୍ନିଶମ କର୍ମଚାରୀ ମାନେ ନିଜର ଜ୍ଞାନକୌଶଳକୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀମାନଙ୍କୁ ଶିଖାଇଛନ୍ତି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀ ମାନଙ୍କୁ ବିପଦ ସମୟରେ କିପରି ସାହସର ସହିତ ନିଜକୁ ରକ୍ଷା କରିବେ ଏବଂ ଅନ୍ୟ ମାନଙ୍କୁ ରକ୍ଷା କରିପାରିବେ ସେ ନେଇ ପ୍ରଶିକ୍ଷଣ ଦେଉଛନ୍ତି । ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ ଏଥିରେ ଭୟଭୀତ ନହୋଇ ଗ୍ୟାସ ବାହାରୁଥିବା ନଳିକୁ କିପରି ବ୍ୟବହାର କରିବା ସହ ଛାତ ଉପରୁ ରଶି ସାହାଯ୍ୟରେ କିପରି ଉଦ୍ଧାର କରାଯାଇପାରିବ ସେ ନେଇ ବିଭିନ୍ନ କୌଶଳ ଶିଖାଇଥିଲେ ।