କେନ୍ଦୁଝର: ଧାନ ଖଳାରେ ଆକସ୍ମିକ ଭାବେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପାଉଁଶ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତରେ ଗୁରୁବାର ଘଟିଛି ଏହି ଅଘଟଣ । ତେନ୍ତଳାପଶି ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚର୍ତୃଭୁଜ ବେହେରାଙ୍କ ଧାନ ଖଳାରେ ନିଆଁ ଲାଗି 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧାନ ପୋଡି ନଷ୍ଟ ହୋଇଯାଇଛି ।
ଧାନ ଖଳାରେ ଅଗ୍ନିକାଣ୍ଡ, 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧାନ ପୋଡି ପାଉଁଶ - କେନ୍ଦୁଝରରେ ଧାନ ଖଳାରେ ଅଗ୍ନିକାଣ୍ଡ
କେନ୍ଦୁଝର ତେନ୍ତଳାପଶି ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ । ଅଧିକ ପଢନ୍ତୁ...

ଧାନ ଖଳାରେ ଅଗ୍ନିକାଣ୍ଡ, 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧାନ ନଷ୍ଟ
ଧାନ ଖଳାରେ ଅଗ୍ନିକାଣ୍ଡ, 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧାନ ନଷ୍ଟ
ସୂଚନା ମୁତାବକ, ଆଜି(ଗୁରୁବାର) ଆକସ୍ମିକ ଭାବେ ଚର୍ତୃଭୁଜଙ୍କ ଧାନ ଖଳାରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ଏଥିସହ ଫୋନ ଯୋଗେ ନିକଟସ୍ଥ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମାତ୍ର ଖଳାରେ ଗଚ୍ଛିତ ହୋଇ ରହିଥିବା ସମସ୍ତ ଧାନ ପୋଡି ପାଉଁଶ ପାଲଟିଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ