ଓଡିଶା

odisha

ETV Bharat / state

ନିଆଁ ଗିଳିଦେଲା ଦୁଇ ବଖରା ଘର - ନିଆଁ ଲାଗି ଜଳିଗଲା ଘର

ନିଆଁର ଆଁରେ ଜଳିଗଲା ଦୁଇ ବଖରା ଘର । ରୋଷେଇ ଘରୁ ଲାଗିଗଲା ନିଆଁ । ନିଆଁର ପ୍ରକୋପରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢ଼ନ୍ତୁ

ନିଆଁ ଗିଳିଦେଲା ଦୁଇ ବଖରା ଘର
ନିଆଁ ଗିଳିଦେଲା ଦୁଇ ବଖରା ଘର

By

Published : Apr 18, 2022, 9:33 PM IST

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଳତୀ ଗ୍ରାମର ନନ୍ଦକିଶୋର ସାହୁ ଘରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୁଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ରୋଷେଇ ଘରୁ ହଠାତ୍ ନିଆଁ ଲାଗିବାର ଦେଖି ନନ୍ଦକିଶୋର ପଡୋଶୀଙ୍କୁ ନିଆଁ ଲିଭାଇବାକୁ ଡାକ ପକାଇଥିଲେ। ତେବେ ନିଆଁର ପ୍ରକୋପରେ ରୋଷେଇ ଘର ସହ ବାସ କରୁଥିବା ଅନ୍ୟ ଏକ ବଖରା ବି ଜଳି ପୋଡି ପାଉଁଶ ହୋଇଯାଇଛି ।

ନିଆଁ ଗିଳିଦେଲା ଦୁଇ ବଖରା ଘର

ସଙ୍ଗେସଙ୍ଗେ ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବାସହ ଘଷିପୁରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଷିପୁରା ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଘରେ ଥିବା ବିଭିନ୍ନ ଘରକରଣା ସାମଗ୍ରୀ ସହ ଚାଉଳ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । ନନ୍ଦକିଶୋର ଜଣେ ଗରିବ ଲୋକ। ରହିବାକୁ ଏହି ଛୋଟିଆ ଘର ଥିଲା । ଏବେ ଘରଟି ସମ୍ପୂର୍ଣ୍ଣ ଜଳିଯିବାରୁ ବେସାହାରା ହୋଇଯାଇଛନ୍ତି ନନ୍ଦକିଶୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମୁଣ୍ଡ ଗୁଞ୍ଜିବାକୁ ପରଦୁଆର ହିଁ ତାଙ୍କ ପାଇଁ ଭରସା। ତେଣୁ ଯଥାଶୀଘ୍ର ଆବାସ ଯୋଜନାରେ ତାଙ୍କୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details