କେନ୍ଦୁଝର: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ଟ୍ରକ । ଘଟଣାଟି କେନ୍ଦୁଝର ୨୦ ନଂ ଜାତୀୟ ରାଜପଥ ଶୈଲଙ୍ଗ ଛକ ଓଭର ବ୍ରିଜରେ ଦେଖିବାକୁ ମିଳିଛି । ଲୁହାପଥର ବୋଝେଇ କରି ଆସୁଥିବା ୧୨ ଚକିଆ ଟ୍ରକଟି ହଠାତ୍ ଜଳିଥିଲା ।
ରାସ୍ତାରେ ଜଳିଲା ଲୁହା ପଥର ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ - ରାସ୍ତାରେ ଜଳିଲା ଲୁହା ବୋଝେଇ ଟ୍ରକ
ଲୁହା ବୋଝେଇ ଟ୍ରକରେ ଲାଗିଲା ନିଆଁ । ଘଟଣାଟି କେନ୍ଦୁଝର ୨୦ ନଂ ଜାତୀୟ ରାଜପଥ ଶୈଲଙ୍ଗ ଛକ ଓଭର ବ୍ରିଜରେ ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...
ରାସ୍ତାରେ ଜଳିଲା ଲୁହା ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ
ସୂଚନା ଅନୁସାରେ, କେନ୍ଦୁଝରରୁ ଯାଜପୁର ଅଭିମୁଖେ ଯାଉଥିବା ଲୁହାପଥର ବୋଝେଇ ଟ୍ରକରେ ହଠାତ୍ ସଟସର୍କିଟରୁ ନିଆଁ ଲାଗି ଯାଇଥିଲା । ଘଟଣା ପରେ ପ୍ରାଣ ବିକଳରେ ଡ୍ରାଇଭର ଓ ହେଲପର ଗାଡ଼ିରୁ ଦୌଡ଼ି ପଳାଇ ଯାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ