ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦୈତାରୀଠାରେ ଅପେରା ଦେଖିବା ପାଇଁ ଜାଗା ରଖିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ଏ ଘଟଣାରେ ଦୁର୍ବୃତ୍ତ ପୁଅକୁ ମାଡ ମାରିବା ସହ ବାପାଙ୍କ କାନକୁ କାମୁଡି ଛିଣ୍ଡା ଦେଇଥିଲା। ଏନେଇ ଥାନାରେ ଅଭିଯୋଗ କରାଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପଡିଆ ଠାରେ ଚାଲିଥିବା ଅପେରା ଦେଖିବାକୁ ଦୈତାରୀ ଓଏମସି ଅଞ୍ଚଳର ମୁନା ଦାସ ଓ ତାଙ୍କ ପୁଅ ଚନ୍ଦନ ଯାଇ ଜାଗା ରଖିଥିଲେ । ଏହି ସମୟରେ ଦୟା ନାମକ ଜଣେ ଯୁବକ ଆସି ଉଭୟଙ୍କ ସହ ଝଗଡା କରିଥିଲେ। ଏଥିରେ ପୁଅ ଚନ୍ଦନକୁ ମାଡ ମାରିବା ସହ ଦୟା ଓ ତାର ସହଯୋଗୀ ସଂଘବଦ୍ଧ ଭାବେ ଆକ୍ରମଣ ମଧ୍ୟ କରିଥିଲେ।