ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ - ପଦ୍ମାବତୀ ବସ ଦୁର୍ଘଟଣାଗ୍ରସ୍ତ
12:31 February 19
ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ; ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଶାଳପଡା ନିକଟରେ ବଡ ଦୁର୍ଘଟଣା । ଓଭର ବ୍ରିଜରୁ ବସ ଉପରକୁ ଖସିଲା ଟ୍ରକ । ଦୁର୍ଘଟଣାରେ ‘ପଦ୍ମାବତୀ’ ବସର 50 ଯାତ୍ରୀ । କରଞ୍ଜିଆରୁ ଭୁବନେଶ୍ବର ଯାଉଥିବା ବସ ଉପରେ ହଠାତ ଏକ ଲୁହା ପଥର ବୋଝେଇ ଟ୍ରକ ଖସିପଡିଥିଲା । ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା ଓଭର ବ୍ରିଜ୍ ନିକଟରେ ଘଟିଛି । ଦୁର୍ଘଟଣାରେ କେବଳ ବସ କଣ୍ଡକ୍ଟର ଓ ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ