ଆନନ୍ଦପୁର:ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହେଲେ ସାମ୍ବାଦିକ। ଦେଶ ଦୁନିଆରେ ଘଟୁଥିବା ଟିକନିକ ଖବର ଲୋକଙ୍କୁ ଯୋଗେଇ ଦିଅନ୍ତି ସାମ୍ବାଦିକ । ଲୋକମାନଙ୍କ ହିତ ପାଇଁ ସର୍ବଦା କର୍ଯ୍ୟରତ ରହିଥାନ୍ତି ସେମାନେ । ସବୁବେଳେ ସଚ୍ଚୋଟ ଉପାୟ ଆପଣେଇ ନିଜର ଦାୟିତ୍ବ ତୁଲାଇଥାନ୍ତି । ଆନନ୍ଦପୁରରେ ଚାନ୍ଦା ମାଗି ଜଣେ ଅସାଧୁ ସାମ୍ବାଦିକ ନିଜର ସାମ୍ବାଦିକତା ଦାୟିତ୍ବବୋଧତାକୁ ଭୁଲିଯାଇଛନ୍ତି ।
ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଚାନ୍ଦା ମାଗି ବନ୍ଧା ହେଉଛନ୍ତି ଅସାଧୁ ସାମ୍ବାଦିକ । ସାମ୍ବାଦିକତାର ଅର୍ଥକୁ ଅନର୍ଥ କରୁଛନ୍ତି ଏହି ସାମ୍ବାଦିକ । ଅସାଧୁ ସାମ୍ବାଦିକଙ୍କର ଏପରି କାର୍ଯ୍ୟ କରିବା ଫଳରେ ଲୋକଙ୍କର ବିଶ୍ବାସ ହରାଉଛନ୍ତି ସାମ୍ବାଦିକ । କିଛି ସାମ୍ବାଦିକ ସାମ୍ବାଦିକତାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବେଳେ ଏହି ସାମ୍ବାଦିକଙ୍କୁ ନକଲି ସାମ୍ବାଦିକଙ୍କ ଭୟ ଲାଗି ରହୁଛି। ନକଲି ସାମ୍ବାଦିକଙ୍କ ଚାନ୍ଦା ଆଦାୟ ଓ ଗିରଫ ଘଟଣା କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟଥିତ କରୁଛି ।