କେନ୍ଦୁଝର: ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ । ଏଭିଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଟଗାଁ ଥାନା ଅନ୍ତର୍ଗତ ଗୋବରାବେଡା ଗାଁରେ ।
ସୋମବାର ବିଳମ୍ବିତ ରାତିରେ ମାଧବ ନାଏକ ଘରେ ପରିବାର ଲୋକଙ୍କ ସହ ମିଶି ଖାଉଥିଲେ । ଏହି ସମୟରେ ମାଧବଙ୍କ ପୁଅ ଭାତରେ ପାଣି ଢାଳି ଦେବାରୁ ସେ ତାକୁ ଗାଳି ଦେଇଥିଲେ । ନାତିକୁ ଗାଳି ଶୁଣି ମାଧବଙ୍କ ମା' ତାଙ୍କୁ ଆକଟ କରିବା ବେଳେ ସେ ମା'ଙ୍କୁ ଆପତ୍ତି ଜନକ ଭାଷାରେ ଗାଳିଗୁଲଜ କରିଥିଲେ ।