କେନ୍ଦୁଝର: ଝିଅକୁ ବଞ୍ଚାଇବାକୁ ଯାଇ ବାପା ମୃତ । ଏମିତ ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ଜଳସୁଆଁ ଗାଁରେ ।
ଗାଁର ପଦ୍ମନାଭ ସାହୁ ଆଜି ନିଜ ୫ ବର୍ଷର ଝିଅକୁ ନେଇ ନିକଟସ୍ଥ କୁଶେଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା ବଶତଃ ଝିଅଟି ନଦୀରେ ବୁଡିଯାଉଥିବା ବେଳେ ତାକୁ ବଞ୍ଚାଇ ବାକୁ ଯାଇ ନିଜେ ନଦୀ ସ୍ରୋତରେ ଭାସିଯାଇ ଥିଲେ ।