କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଜାର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ସହ ବୋଲେରୋ ମୁହାଁମୁହିଁ ହେବା ଫଳରେ ବୋଲେରୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣଙ୍କ ପରିଚୟ ଖିରେଇଟାଙ୍ଗିରି ଗ୍ରାମର ଦିଲ୍ଲୀପ ମହାନ୍ତ ଓ ଗୋପାଳ ଚନ୍ଦ୍ର ମହାନ୍ତ ବୋଲି ଜଣାପଡିଛି ।
ଦୁଇ ଜଣ ରାସ୍ତା ନିର୍ମାଣ କରୁଥିବା ଏକ କମ୍ପାନୀର କାମ ସାରି ତୁରୁମୁଙ୍ଗା ଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ଦୁଇ ଜଣଙ୍କ ମୃତଦେହ ରଖି ଗ୍ରାମବାସୀ କ୍ଷତିପୂରଣ ଦାବିରେ କମ୍ପାନୀ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।