ଓଡିଶା

odisha

ETV Bharat / state

ପ୍ରକୃତ ଚାଷୀଙ୍କ ନାଁରେ ଉଠୁଛି ଟଙ୍କା, ଖାଉଛନ୍ତି ନକଲି ହିତାଧିକାରୀ - anandpur

ଅସାଧୁଙ୍କ ଜାଲରେ ଚାଷୀଙ୍କ ସବସିଡି ଟଙ୍କା । ଚାଷୀଙ୍କ ନାମରେ ବ୍ୟାଙ୍କରୁ ଉଠୁଛି ଟଙ୍କା ହେଲେ ପହଞ୍ଚି ପାରୁନି ପ୍ରକୃତ ହିତାଧିକାରୀ ନିକଟରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଘସିପୁରା ବ୍ଲକ କୋଚିଆନାଣ୍ଡି ପଞ୍ଚାୟତରେ । ଅଧିକ ପଢନ୍ତୁ...

farmers subsidy money looted by fraudulent
ଅସାଧୁଙ୍କ ଜାଲରେ ଚାଷୀଙ୍କ ସବସିଡି ଟଙ୍କା

By

Published : Mar 2, 2020, 4:17 PM IST

କେନ୍ଦୁଝର: ଭାଗବାଣ୍ଟ କରି ଖାଇଗଲେ ଚାଷୀଙ୍କ ସବସିଡି ଟଙ୍କା। ସରକାରୀ ଯୋଜନାରେ ଚାଷ କରି ପ୍ରକୃତ ଚାଷୀ ଏବେ ହତାଶ । ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ । କିନ୍ତୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବା ପରେ ସେଥିରୁ ଧରାପଡିଛି ଚଞ୍ଚକତା। ଆଉ ଚାଷୀ ନାମରେ ହଡପ ହୋଇଛି ଟଙ୍କା କିନ୍ତୁ ଟଙ୍କା ପ୍ରକୃତ ଚାଷୀ ପାଇ ପାରି ନାହିଁ। ଏମିତି ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କୋଚିଆନାଣ୍ଡିରେ ଦେଖିବାକୁ ମିଳିଛି ।

ଅସାଧୁଙ୍କ ଜାଲରେ ଚାଷୀଙ୍କ ସବସିଡି ଟଙ୍କା

ଏଠିକାର ଚାଷୀ ୨୦୧୭-୧୮ ମସିହାରେ କୃଷି କ୍ଷେତ୍ରରେ ଥିବା ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ ହୋଇ ଧାଡି ରୁଆ ଧାନ ଚାଷ ଏବଂ ଚିନା ବାଦାମ ଚାଷ କରିଥିଲେ । ପରେ ସରକାରଙ୍କର ସବୁ ସବସିଡି ଟଙ୍କାକୁ ଚାହିଁ ବସିଥିଲେ । ହେଲେ ବିଭାଗୀୟ କିଛି ଅସାଧୁ କର୍ମଚାରୀ ମାନେ ଚଞ୍ଚକତା କରି ଟଙ୍କା ହଡପ କରିନେଇଥିଲେ ।

ପ୍ରକୃତ ଚାଷୀ ଟଙ୍କା ପାଇବାରେ ବିଳମ୍ବ ହେବାରୁ ଅଧିକାରୀଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳୁନଥିଲା । ଚାଷୀ ନିରାଶ ହୋଇ ସେ ଟଙ୍କା ପାଇବାକୁ ଆଶା ଛାଡିଦେଇଥିଲେ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ 2017-18 ମସିହା ତଥ୍ୟ ମଗାଯିବାରୁ ସେଥିରେ ଚାଷୀମାନେ ଟଙ୍କା ଉଠାଇଥିବା ଜଣାପଡିଛି।

ଏଭଳି ଘଟଣା ବିଷୟରେ ଇଟିଭି ଭାରତ ଟିମ ଘସିପୁରା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣା ଘଟିଥିବା ସ୍ବୀକାର କରିଥିଲେ । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀ ମାନଙ୍କୁ ସେମାନଙ୍କର ସବସିଡି ଦିଆଯିବ ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details