ଆନନ୍ଦପୁର: ଶ୍ରାବଣ ମାସ ଶେଷ ହୋଇଗଲା। ହେଲେ, ଶ୍ରାବଣରେ ଆସିଲାନି ମୌସୁମୀ । ବର୍ଷାଦିନରେ ବର୍ଷା ଅଭାବରୁ ତଳି ଶୁଖିଯିବା ସହ ଜମି ଫାଟିଯାଇଛି । ଏପଟେ ଜମି ନିକଟରେ ଯାଇଛି କେନାଲ । ହେଲେ,ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଆସୁନି ପାଣି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବାଲିପାଳରୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ ।
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବାଲିପାଳ ଗାଁ। ଗତ କିଛିଦିନ ହେବ ଜମିରେ ତଳି ପକାଇ ବର୍ଷାକୁ ଚାହିଁ ବସିଥିଲେ ଚାଷୀ । ତଳିରୁଆ ପାଇଁ ଅପେକ୍ଷା କରିଥିବା ଚାଷୀ ବର୍ଷା ନହେବାରୁ ହତାଶ ହୋଇ ପଡିଛନ୍ତି । ଅନେକ ସ୍ଥାନରେ ତଳି ଶୁଖି ଯାଇଥିବା ବେଳେ କିଛି ସ୍ଥାନରେ ଜମି ଫାଟି ଯାଇଛି । ଚାଷଜମି ନିକଟରେ କେନାଲ ଥାଇ ସୁଦ୍ଧା କେନାଲରେ ପାଣି ଆସୁ ନଥିବାରୁ ଚାଷୀଙ୍କର ଚିନ୍ତା ବଢିଯାଇଛି ।