ଓଡିଶା

odisha

ETV Bharat / state

ସମସ୍ୟାରେ ଚାଷୀ: ସ୍ବଳ୍ପ ବର୍ଷା ସାଙ୍ଗକୁ ସାରର ଉତ୍କଟ ସମସ୍ୟା - ସ୍ବଳ୍ପ ବର୍ଷା ସାଙ୍ଗକୁ ସାରର ଉତ୍କଟ ସମସ୍ୟା

କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ବାଧାପ୍ରାପ୍ତ ହୋଇଛି ଚାଷକାର୍ଯ୍ୟ । ବର୍ଷା ଅଭାବରୁ କେତେକ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ବେଳେ ଆଉ କେତେକ ସ୍ଥାନରେ ଅଳ୍ପ ବର୍ଷା ଫଳରେ ଚାଷୀମାନେ ଚାଷ କାମ ଆରମ୍ଭ କରିଛନ୍ତି । ହେଲେ ଅନ୍ୟ ପଟେ ଦେଖା ଦେଇଛି ସାର ସମସ୍ୟା। ଅଧିକ ପଢନ୍ତୁ...

ସମସ୍ୟାରେ ଚାଷୀ: ସ୍ବଳ୍ପ ବର୍ଷା ସାଙ୍ଗକୁ ସାରର ଉତ୍କଟ ସମସ୍ୟା
ସମସ୍ୟାରେ ଚାଷୀ: ସ୍ବଳ୍ପ ବର୍ଷା ସାଙ୍ଗକୁ ସାରର ଉତ୍କଟ ସମସ୍ୟା

By

Published : Jul 30, 2021, 6:57 PM IST

ଆନନ୍ଦପୁର:ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚିନ୍ତାରେ ଚାଷୀକୂଳ। କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ବାଧାପ୍ରାପ୍ତ ହୋଇଛି ଚାଷକାର୍ଯ୍ୟ । ବର୍ଷା ଅଭାବରୁ କେତେକ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ବେଳେ ଆଉ କେତେକ ସ୍ଥାନରେ ଅଳ୍ପ ବର୍ଷା ଫଳରେ ଚାଷୀମାନେ ଚାଷ କାମ ଆରମ୍ଭ କରିଛନ୍ତି ହେଲେ ଅନ୍ୟପଟେ ଦେଖା ଦେଇଛି ସାର ସମସ୍ୟା।

ସମସ୍ୟାରେ ଚାଷୀ: ସ୍ବଳ୍ପ ବର୍ଷା ସାଙ୍ଗକୁ ସାରର ଉତ୍କଟ ସମସ୍ୟା

ଗତ କିଛି ଦିନର ସ୍ୱଳ୍ପ ବର୍ଷା ପରେ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଧାନଚାଷ । ଗଭୀର ଜମିକୁ ଚାଷୀମାନେ କାଦୁଅ କରି ଚାଷ କାମ ଆରମ୍ଭ କରୁଛନ୍ତି । ଏହାପରେ, ଧାନତଳି ପକାଇଥିବା ସ୍ଥାନରୁ ତଳି ନେଇ ଜମିରେ ତଳିରୁଆ କାମ କରୁଛନ୍ତି ଚାଷୀ । ଏବର୍ଷ ବର୍ଷାରେ ଅନିୟମିତତା ପାଇଁ ଚାଷ କାମ ବିଳମ୍ବିତ ହୋଇଥିବା ଚାଷୀମାନେ କହିଛନ୍ତି । ବର୍ଷାକୁ ଚାହିଁ କିଛି ସ୍ଥାନରେ ବାଧ୍ୟ ହୋଇ ଜମିରେ ପାଣି ମଡାଇ ଚାଷ କାମ ଆରମ୍ଭ କରିଛନ୍ତି ଚାଷୀ । ଆଗକୁ ବର୍ଷା ହେଲେ ଚାଷକାମ ଆଗେଇବ, ଅନ୍ୟଥା ଏବର୍ଷ ଧାନଚାଷ ଅଧିକ ପରିମାଣରେ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି ।

ଗୋଟିଏ ପଟେ ବର୍ଷା ଦାଉସାଧୁଥିବା ବେଳେ ଅନ୍ୟପଟେ କେନାଲରେ ଠିକ୍ ଭାବେ ଆସୁନି ପାଣି। ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କେନାଲ କାମ ହେଉଥିବା ବେଳେ ଠିକ୍ ସମୟରେ ଚାଷୀ ପାଣି ପାଉନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଚାଷୀଙ୍କୁ ସୋସାଇଟି ମାଧ୍ୟମରେ ସରକାର ରିହାତି ଦରରେ ସାର ପ୍ରଦାନ କରିଥାନ୍ତି । ତେବେ ଚଳିତ ବର୍ଷ ସାର କିଣିବା ପାଇଁ ଚାଷୀଙ୍କୁ କ୍ୟାସଲେସ୍ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀମାନେ ସାର କିଣିବା ବେଳେ ନଗଦ ଟଙ୍କା ବଦଳରେ ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋସାଇଟି ମାନଙ୍କରେ ମଧ୍ୟ ଚାଷୀ ସାର କିଣିବା ବେଳେ ହଟହଟା ହେଉଛନ୍ତି । ୯୦ ପ୍ରତିଶତ ଚାଷୀଙ୍କ ସ୍ମାର୍ଟଫୋନ୍ ନଥିବା ବେଳେ ଅନ୍‌ଲାଇନ୍‌ରେ ସେମାନେ କିପରି ଟଙ୍କା ପୈଠ କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି । ଘସିପୁରା ବ୍ଲକରେ ୩୪୬୦ ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ବର୍ଷା ସ୍ବପ୍ନ ପାଲଟି ଯାଇଛି । କେନାଲରେ ଠିକରେ ପାଣି ନଆସିବା ଏବଂ ସୋସାଇଟିରେ କ୍ୟାସଲେସ ସାର କିଣା ବ୍ୟବସ୍ଥାକୁ ନେଇ ଚାଷୀମାନେ ଚିନ୍ତାରେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details