କେନ୍ଦୁଝର: ଦିନକୁ ଦିନ ଧାନକିଣା ତାତି ବଢ଼ିବାରେ ଲାଗିଛି । ଆଉ ମଣ୍ଡିରୁ ବିଧାନସଭା ପର୍ଯ୍ୟନ୍ତ ଦେଖାଦେଇଛି ଏହାର ପ୍ରଭାବ । ତେବେ ଏହି ଧାନ କିଣାରେ ଅବ୍ୟବସ୍ଥା ନେଇ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଜଗମୋହନପୁରଠାରେ ଚାଷୀ ରାସ୍ତା ଅବରୋଧ କରିଛନ୍ତି ।
ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ରାସ୍ତା ଅବରୋଧ - irregularities in the purchase of paddy
ଧାନ କିଣାରେ ଅବ୍ୟବସ୍ଥା ନେଇ ଆଜି କେନ୍ଦୁଝର ତେଲକୋଇ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଜଗମୋହନପୁରଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଧାନ କିଣାରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କଲେ ଚାଷୀ
ଧାନ କିଣାରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କଲେ ଚାଷୀ
ତେବେ ତେଲକୋଇ ଲ୍ୟାମ୍ପରେ ଧାନ କିଣାକୁ ନେଇ ଅବ୍ୟବସ୍ଥା ଅଭିଯୋଗ କରି ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଏହି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ସଂଖ୍ୟାରେ ଗାଡି ଜମି ରହିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ