କେନ୍ଦୁଝର: ଧାନର ଅଭାବୀ ବିକ୍ରି ନେଇ କୃଷକ ମୋର୍ଚ୍ଚାର ଜିଲ୍ଲାପାଳ ସମ୍ମୁଖରେ ବିକ୍ଷୋଭ । ସରକାର ଏମଏସପି ମୂଲ୍ୟରେ ଧାନ ବିକ୍ରି କରିବାକୁ ନିୟମ ଲାଗୁ କରିଛନ୍ତି । ଏହି ଧାନକୁ କିଣିବାକୁ ବିଭିନ୍ନ ଲ୍ୟାମ୍ପ ମଧ୍ୟ ସ୍ଥାପନ କରିଛନ୍ତି ସରକାର ।
କିନ୍ତୁ ଧାନ ବିକ୍ରି କରିବାକୁ ଚାଷୀ ଲ୍ୟାମ୍ପରେ ପହଞ୍ଚିଲା ବେଳକୁ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହେଉଛି । କେଉଁଠି ମାସ ଥାଇକି ଚାଷୀକୁ ଟୋକାନ ମିଳୁନି ତ ଆଉ କେଉଁଠି ଟୋକନ ଥାଇକି ଚାଷୀ ଧାନ ଧରିକି ଦିନ ଦିନ ଧରି ଲ୍ୟାମ୍ପ ଆଗରେ ଲାଇନ ଲଗାଇଛି।
ଧାନର ଅଭାବୀ ବିକ୍ରି ନେଇ କୃଷକ ମୋର୍ଚ୍ଚାର ଜିଲ୍ଲାପାଳ ସମ୍ମୁଖ ବିକ୍ଷୋଭ ଚାଷୀଙ୍କ ଧାନର ଅଭାବୀ ବିକ୍ରି ନେଇ ବିଜେପି ସ୍ବରକୁ ଶାଣିତ କରିଛି । ସୋମବାର କେନ୍ଦୁଝର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କର୍ମୀଙ୍କ ଗ୍ରହଣରେ ଆସି କୃଷକଙ୍କୁ ତାର ହକ ପ୍ରଦାନ ଦାବି କରିଥିଲେ ବିଜେପି ନେତା । ଯଥାଶୀଘ୍ର ଚାଷୀଙ୍କ ହକ ପ୍ରଦାନ ନକଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ