କେନ୍ଦୁଝର: ଧାନ ବିକ୍ରି ପଇସା ପାଇବା ଦାବିରେ କୃଷକ ସଂଗଠର ଗଣ ସତ୍ୟାଗ୍ରହ । କେନ୍ଦୁଝର ପ୍ରଶାସନର ଅପାରଗତା ଯୋଗୁଁ ସାହାରପଡା ବ୍ଲକର ସମବାୟ ସମିତି ଅଧୀନରେ ୬୮ଜଣ ଚାଷୀ ଦାର୍ଘ 6 ମାସ ହେଲା ଧାନ ବିକ୍ରି କରି ପଇସା ପାଇନାହାନ୍ତି ।
ଧାନବିକ୍ରି ଟଙ୍କା ପାଇବା ଦାବିରେ ଗଣସତ୍ୟାଗ୍ରହ କଲା କୃଷକ ସଂଗଠନ ଏହାକୁ ନେଇ ବିଭିନ୍ନ ସମୟରେ ଚାଷୀମାନେ ପ୍ରଶାସନଙ୍କୁ ଅବଗତ କରାଇଛନ୍ତି । ଯାହାକୁ ନେଇ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ ପାଟଣା ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ଫଳରେ ପାଟଣା ଥାନା ତଦନ୍ତ କରି ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ଧାନବିକ୍ରୀ ପଇସା ପାଇବା ଦାବିରେ ଗଣସତ୍ୟାଗ୍ରହ କଲା କୃଷକ ସଂଗଠନ ତେବେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ ମଧ୍ୟ ଚାଷାମାନେ ଏବେଯାଏଁ ଟଙ୍କା ପାଇପାରି ନାହାନ୍ତି । ଏପଟେ ଚାଷୀ ଟଙ୍କା ନପାଇଲେ ଜିଲ୍ଲା ପ୍ରଶାସନ ବିରୋଧରେ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ । ମାତ୍ର ଏହି ଚେତାବନୀକୁ ପ୍ରଶାସନ ଅଣଦେଖା କରିଥିବାରୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶହ ଶହ ଚାଷୀ ହାତରେ ଜାତୀୟ ପତାକା ଧରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ ।
ଏଥିସହ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣେଇବେ ବୋଲି ଅଡ଼ି ବସିଥିଲେ । ପରେ କୋଭିଡ କଟକଣାର ଆଳ ଦେଖାଇ ଚାଷୀଙ୍କୁ ପୋଲିସ ଗିରଫ କରିଛି ବୋଲି ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ