ଓଡିଶା

odisha

ETV Bharat / state

କୃଷକ ବିରୋଧୀ କଳା ଆଇନ ରଦ୍ଦ ଦାବିରେ ବିକ୍ଷୋଭ - ଶତାଧିକ କର୍ମୀ

ଆଜି ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ ପକ୍ଷରୁ କେନ୍ଦୁଝରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ କରଞ୍ଜିଆ ବସଷ୍ଟାଣ୍ଡ ନିକଟରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କଳା ଆଇନ ରଦ୍ଦ ଦାବିରେ ବିକ୍ଷୋଭ
କଳା ଆଇନ ରଦ୍ଦ ଦାବିରେ ବିକ୍ଷୋଭ

By

Published : Jan 20, 2021, 9:30 PM IST

କେନ୍ଦୁଝର: କେନ୍ଦ୍ର ସରକାରଙ୍କ 3 କୃଷି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଜୋରଦାର ହୋଇଛି ପ୍ରତିବାଦ । ଏହି ଚାଷୀ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଠାରେ ଚାଷୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

କଳା ଆଇନ ରଦ୍ଦ ଦାବିରେ ବିକ୍ଷୋଭ

ପୁଞ୍ଜିପୁତିଙ୍କୁ ସୁହାଇଲା ଭଳି ଏହି ଆଇନ ପ୍ରଣୟନ କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ସଙ୍ଗଠନ। ଆଜି(ବୁଧବାର) ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଙ୍ଗଠନ ପକ୍ଷରୁ କେନ୍ଦୁଝରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ କରଞ୍ଜିଆ ବସ ଷ୍ଟାଣ୍ଡ ପାଖରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମୋଦି ସରକାରଙ୍କ ତିନି କଳା ଆଇନ ପ୍ରତ୍ୟହାର ଦାବି କରିଥିଲା ସଙ୍ଗଠନ । ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

ଏହି ଆଇନ ପ୍ରଣୟନ ହେଲେ ଚାଷୀମାନେ ସେମାନଙ୍କ ହକରୁ ବଞ୍ଚିତ ହେବେ ବୋଲି ଚାଷୀ ସଙ୍ଗଠନମାନେ କହିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details