କେନ୍ଦୁଝର: କଥାରେ ଅଛି, ଚାଷ ଯାହାର କି ଆନନ୍ଦ ତାହାର । କିନ୍ତୁ ଏହି ଆନନ୍ଦ ଆଉ ନାହିଁ ଚାଷୀ ଭାଇ ମନରେ । ଶ୍ରାବଣ ମାସ ସରିବାକୁ ବସିଲାଣି । ହେଲେ ବିଲରେ ପାଣି ନଥିବାରୁ ଚାଷୀ ହତାଶ । ଯାହା କିଛି ତଳି ପକାଇଥିଲେ ତାହା ଏବେ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି ।
ଚଳିତ ବର୍ଷ କେନ୍ଦୁଝରରେ ନାହିଁ ବର୍ଷା । ବର୍ଷା ଅଭାବରୁ କେନ୍ଦୁଝର ଜିଲ୍ଲାରେ ମରୁଡି ସ୍ଥିତି । ଜିଲ୍ଲାର 13ଟି ବ୍ଲକରୁ 10ଟି ବ୍ଲକରେ ଏଭଳି ଅବସ୍ଥା । ତେବେ ଜଳସେଚନ ସୁବିଧା ନଥିବାରୁ ଚାଷୀ ମାନେ ବିଲକୁ କେବଳ ହଳ କରି ମୌସୁମୀକୁ ଅନାଇ ବସିଛନ୍ତି ।