ଓଡିଶା

odisha

ETV Bharat / state

'ଫନି'ପ୍ରଭାବ: କେନ୍ଦୁଝରରେ ବର୍ଷା ଓ ପବନ ଆରମ୍ଭ

ସାମୁଦ୍ରିକ ବାତ୍ୟା ଫନି ପ୍ରଭାବଶାଳୀ ହେବା ପରେ କେନ୍ଦୁଝର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରୁ ବର୍ଷା ଆରମ୍ଭ ହୋଇଛି । ଏହା ସହ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଏଠାରେ ପବନର ବେଗ ଚାଳିଶ କିଲୋମିଟର ରହିଥିବା ଜଣାପଡିଛି ।

By

Published : May 3, 2019, 8:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

କେନ୍ଦୁଝର: ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସାମୁଦ୍ରିକ ବାତ୍ୟା ଫନି ପ୍ରଭାବଶାଳୀ ହେବା ପରେ କେନ୍ଦୁଝର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରୁ ବର୍ଷା ଆରମ୍ଭ ହୋଇଛି । ଏହା ସହ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଏଠାରେ ପବନର ବେଗ ଚାଳିଶ କିଲୋମିଟର ରହିଥିବା ଜଣାପଡିଛି । ଆନନ୍ଦପୁର ଓ ହାଟଡ଼ିହି ଅଞ୍ଚଳରେ ପବନ ଯୋଗୁଁ ରାସ୍ତାରେ ପଡିଥିବା ଗଛଗୁଡିକୁ ଏନଡିଆରଫ ଟିମ ସଫା କରିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ପ୍ରାରମ୍ଭରୁ କ୍ଷୟକ୍ଷତିକୁ କିପରି କମାଇହେବ ସେ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ଘନ ଘନ ବୈଠକ କରିବା ସହ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ କଣ୍ଟ୍ରୋଲ ରୁମର ରିପୋର୍ଟ ଉପରେ ନଜର ରଖାଯାଇଛି ।

କେନ୍ଦୁଝରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦେଖି ଜିଲ୍ଲା ପ୍ରଶାସନ ଚାରୋଟି ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛି । ସେଥିମଧ୍ୟରୁ ଆନନ୍ଦପୁରରେ ୨ଟି, ଘଷିପୁରାରେ ୭ଟି, ହାଟଡ଼ିହିରେ ୧୯ଟି ଏବଂ ଘଟଗାଁରେ ଗୋଟିଏ ଆଶ୍ରୟସ୍ଥଳୀ ନିର୍ମାଣ କରିଛି । ବାତ୍ୟାର ପ୍ରଭାବକୁ ଦେଖି ୧୫୪୫ ଜଣକୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିସାରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details