ଓଡିଶା

odisha

ETV Bharat / state

ତାଣ୍ଡବ ରଚିଲା ଫନି: ଧୋଇନେଲା ଫସଲ-ଦେଇଗଲା ଦୁଃଖ - farmers

ଚାଲିଗଲା ଫନି ଦେଇଗଲା ଦୁଃଖ । ବାତ୍ୟା ଯୋଗୁଁ ଚାଷୀଙ୍କ ଏକର ଏକର ବୋଇତାଳୁ ଚାଷ ବିଲରେ ପାଣି ପଶି ଫସଲ ନଷ୍ଟ ହୋଇଛି। ରଣ ନେଇ ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ । ଏଭଳି ପରିସ୍ଥିତିରେ ଚାଷୀ କଣ କରିବ ସେନେଇ ଚିନ୍ତାରେ ପଡିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

By

Published : May 4, 2019, 3:42 PM IST

କେନ୍ଦୁଝର: ସାମୁଦ୍ରିକ ବାତ୍ୟା ଫନି ଆସିଲା । ପୂର୍ବ ଭାଗ ସହ ଅର୍ଦ୍ଧାଧିକ ଓଡିଶାରେ ତାଣ୍ଡବ ରଚିଲା । ଘରଦ୍ୱାର ଉଡେଇ ଦେଲା, ଗଛସବୁ ଉପାଡି ନଷ୍ଟ କରିଦେଲା । ସରକାରଙ୍କ ପୂର୍ବରୁ ସଚେତନତା ହିଁ ବହୁ ମୂଲ୍ୟବାନ ଜୀବନ ଯିବାରୁ ଅଟକିଗଲା । କିନ୍ତୁ ଏହି ଫନି ବର୍ଷା ଚାଷୀଙ୍କୁ ଦେଇଯାଇଛି ଅସରନ୍ତି ଦୁଃଖ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ବର୍ଷା ଯୋଗୁଁ ଖରାଟିଆ ଫସଲ ହୋଇଥିବା ବିଲରେ ପାଣି ପଶିଗଲା । ଫଳରେ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ମିଳୁଛି । କେନ୍ଦୁଝର ଜିଲ୍ଲାରେ ଏହାର ପ୍ରଭାବ ମଧ୍ୟ ଦେଖାଦେଇଛି । କେନ୍ଦୁଝର ସଦର ବ୍ଲକ ଅଞ୍ଚଳର ବହୁ ବିଲରେ ପାଣି ପଶିଯିବା ଯୋଗୁଁ ଖରାଟିଆ ଫସଲ ସବୁ ନଷ୍ଟ ହୋଇଯାଇଛି ।

ଚାଷୀଙ୍କ ଏକର ଏକର ବୋଇତାଳୁ ଚାଷ ବିଲରେ ପାଣି ପଶି ଫସଲ ନଷ୍ଟ ହୋଇଛି । ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶିଯିବା ଫଳରେ ବୋଇତାଳୁ ଚାଷ ନଷ୍ଟ ହୋଇଗଲାଣି । ଏହା ସହ କଲରା, ପୋଟଳ, ଝୁଡଙ୍ଗ, କାକୁଡି ଆଦି ଫସଲ ମଧ୍ୟ କ୍ଷତି ହୋଇଥିବା ଜଣାପଡିଛି । ଚାଷୀ ଲୋନ ନେଇ ଚାଷ କରିଥିବାରୁ ଏହି ଫସଲ ହାନି ତା ମେରୁଦଣ୍ଡକୁ ଏକପ୍ରକାର ଭାଙ୍ଗି ପକେଇଛି । ଏଭଳି ପରିସ୍ଥିତିରେ ଚାଷୀ କଣ କରିବ ସେନେଇ ଚିନ୍ତାରେ ପଡିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details