ଓଡିଶା

odisha

By

Published : Nov 22, 2020, 6:07 AM IST

ETV Bharat / state

ଅନ୍ତର୍ଜାତୀୟ ବଜାରରେ ମିଳିବ କେନ୍ଦୁଝରର ପ୍ରସିଦ୍ଧ ବଡ଼ି

କେନ୍ଦୁଝରର ପ୍ରସିଦ୍ଧ ବଡି । ଘରୋଇ ବଜାରରେ ଏହାର ବେଶ ଚାହିଦା ରହିଛି । ଯାହା ଏବେ ଆନ୍ତର୍ଜାତିକ ବଜାରରେ ମଧ୍ୟ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ବଜାର
ଅନ୍ତର୍ଜାତୀୟ ବଜାର

କେନ୍ଦୁଝର: ଏବେ ବିଦେଶୀ ଚାଖିବେ କେନ୍ଦୁଝର ବଡି଼ । ରାଜ୍ୟସରକାରଙ୍କ ୱାନ ଡିଷ୍ଟ୍ରିକ୍ଟ୍‌ ୱାନ ପ୍ରଡକ୍ଟ ସ୍କିମରେ ଏହା ସାମିଲ ହେବା ପରେ ବଢିଛି ଜିଲ୍ଲାବାସୀଙ୍କ ଉତ୍କଣ୍ଠା । ଘରୋଇ ବଜାରରେ ହଇଚଇ ସୃଷ୍ଟି କରିଥିବା କେନ୍ଦୁଝର ବଡି଼ ଏବେ ଆନ୍ତର୍ଜାତିକ ବଜାରରେ ଉପଲବ୍ଧ ହେବ ।

ଅନ୍ତର୍ଜାତୀୟ ବଜାରରେ ମିଳିବ କେନ୍ଦୁଝରର ପ୍ରସିଦ୍ଧ ବଡ଼ି

କେନ୍ଦୁଝରର ପ୍ରସିଦ୍ଧ ବଡି଼ । ଦେଖିବାକୁ ଯେମିତି ମନଲୋଭା, ସେମିତି ସ୍ବାଦିଷ୍ଟ ବି । ଘରୋଇ ବଜାରରେ ଏହାର ବେଶ ଚାହିଦା ରହିଛି । ହେଲେ ଏବେ ଏହି ବଡି ଆନ୍ତର୍ଜାତିକ ବଜାରରେ ଉପଲବ୍ଧ ହେବ । ସମସ୍ତେ ଏହାର ସ୍ବାଦ ପାଇବେ ।

ରାଜ୍ୟସରକାରଙ୍କ ୱାନ ଡିଷ୍ଟ୍ରିକ୍ଟ୍‌ ୱାନ ପ୍ରଡକ୍ଟ ସ୍କିମରେ ଏହା ସାମିଲ ହୋଇଛି । କୃଷି ବିଭାଗ, ମିଶନ ଶକ୍ତି ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ମିଳିତ ସହଯୋଗରେ ବଡି଼ ପ୍ରସ୍ତୁତ କରାଯାଇ ବିକ୍ରି କରାଯିବ । ଏଥିପାଇଁ ସରକାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବେ । ଜିଲ୍ଲାକୁ ତିରିଶ ଲକ୍ଷ ଟଙ୍କାର ସବସିଡି ଅନୁଦାନ ସରକାର ପ୍ରଦାନ କରିବେ । ଯାହା ଏସଏଚଜିଙ୍କୁ ଦିଆଯିବ ।

ଏହି ସ୍କିମ୍‌ ପାଞ୍ଚବର୍ଷିଆ ହୋଇଥିବାବେଳେ ଏହାକୁ ବିକ୍ରି କରିବା ପାଇଁ ଭୁବନେଶ୍ବରରେ ପ୍ରଥମ କରି ରପ୍ତାନୀ ଭବନ ନିର୍ମାଣ କରାଯିବ । ତେବେ ସରକାରଙ୍କ ଏହି ଯୋଜନା ଫଳରେ କେନ୍ଦୁଝର ବଡି ଆହୁରି ପ୍ରସିଦ୍ଧି ଲାଭ କରିବ ବୋଲି ଆଶା କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details