ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଅଫିସ ପରିସରରେ ଧାନ ଢାଳି ପ୍ରତିବାଦ କଲା ଚାଷୀ ସଂଗଠନ

ଚାଷୀ ସମସ୍ୟା ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସ୍ତା ବସ୍ତା ଧାନ ଢାଳି ପ୍ରତିବାଦ। ଅଧିକ ପଢନ୍ତୁ

famers protest
famers protest

By

Published : Jan 19, 2023, 6:59 PM IST

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

କେନ୍ଦୁଝର:ଜମିରେ ଫସଲ ଅମଳ କରି ବାଡିକୁ ଆଣିଛି ଚାଷୀ । ଧାର କରଜରେ ଧାନ ଚାଷ କରିଥିବା ଗରୀବ ଚାଷୀ ଏବେ ଏହାକୁ ବିକ୍ରି କରି ଦୁଇ ଟଙ୍କା ରୋଜଗାରର ଆଶା ରଖିଛି । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ମଣ୍ଡିରେ କଟନୀଛଟନୀ ଚାଷୀଙ୍କ ସମସ୍ୟା ବଢାଇଛି । ଏନେଇ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ମଣ୍ଡି ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାର ଅନେକ ଅସନ୍ତୋଷ ଚାଷୀ ଏବେ ନିଜର ଉପାର୍ଜିତ ଧାନକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛି । ତିନି ଦଫା ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପ୍ରତିବାଦ କରିଛନ୍ତି ।

ଧାନକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ଏହାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବସ୍ତାବସ୍ତା ଧାନ ଢାଳି ପ୍ରତିବାଦ କରିଛନ୍ତି । ସରକାର ପ୍ରତିଶୃତି ଦେଇଥିଲେ କଟନିଛଟନି ହେବ ନାହିଁ । ବସ୍ତା ଫେରସ୍ତ ଦିଆଯିବ ଓ ଶ୍ରମିକ ପଇସା ମିଳିବ । ହେଲେ ଏ ସବୁକୁ ମିଲର ମାନୁ ନାହାନ୍ତି । ଫଳରେ ଚାଷୀ ବହୁ ଅସୁବିଧା ର ସମୁଖିନ ହେଉଥିବା କଥା କହିଛନ୍ତି ଆନ୍ଦୋଳନକାରୀ।

ଏଫ.ଏ.କ୍ୟୁ ବାହାନାରେ ସାରା ଓଡ଼ିଶାରେ ପ୍ରତି ମଣ୍ଡିରେ ୧୨ରୁ ୩ କେ.ଜି ଲେଖାଏଁ କାଟ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନ, ରାଜନେତା, ସମବାୟ ସମ୍ପାଦକ ସମସ୍ତଙ୍କର ମିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି ସଂଗଠନ । ଯୋଗାଣ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ମଣ୍ଡିରେ ଧାନ କିଣା ହେଉ ନାହିଁ । ବହୁ ଗରିବ ଚାଷୀଙ୍କ ଧାନକିଣା ବେଳେ ଲୁଟ୍‌ର ଶିକାର ହେଉଛନ୍ତି । ଯଦି ଏ ସବୁକୁ ବନ୍ଦ ନ କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସେପଟେ ପ୍ରତିବାଦ ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ଉପ ନିବନ୍ଧକ ପହଞ୍ଚି ସମସ୍ତ ପ୍ରତିଶୃତି ଦେବା ପରେ ପ୍ରତିବାଦରୁ ହଟିଛନ୍ତି ।

ସେହିପରି ଅନ୍ୟପଟେ ଜଗତସିଂହପୁରରେ ମଧ୍ୟ ଚାଷୀମାନେ ଆଜି ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଢାଳି ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଆଜି ସକାଳୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେହି କିଛି ବୁଝିବା ପୂର୍ବରୁ ସକାଳ ୭ଟା ସମୟରେ ୨୦ରୁ ୨୫ଜଣ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହା ସହିତ ନିଜ ସହ ଆଣିଥିବା ବସ୍ତାବସ୍ତା ଧାନକୁ ସେହିଠାରେ ଢାଳିଥିଲେ ମଣ୍ଡି ଓ ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details