ଓଡିଶା

odisha

ETV Bharat / state

ଦୁର୍ଘଟଣା ବେଳେ ସହାୟତା କଲେ ପୋଲିସ ଦେବ ଆର୍ଥିକ ପୁରସ୍କାର - reward

ଜିଲ୍ଲା ପୋଲିସ ନେଇଛି ସ୍ୱତନ୍ତ୍ର ପଦକ୍ଷେପ । ଦୁର୍ଘଟଣା ସମୟରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରଖିବା ସହ ପୋଲିସ ପକ୍ଷରୁ କୌଣସି ହଇରାଣ ହରକତ ନକରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Feb 11, 2019, 6:22 PM IST

କେନ୍ଦୁଝର: ଦିନକୁ ଦିନ ସଡକ ଦୁର୍ଘଟଣାରେ ବୃଦ୍ଧି ପାଉଛି ମୃତ୍ୟୁସଂଖ୍ୟା । ତେବେ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ବର୍ତ୍ତମାନ ପୋଲିସ ପ୍ରଶାସନ ଏଥି ପାଇଁ ଅଣ୍ଟା ଭିଡ଼ିଛି । କିଭଳି ଏହି ମୃତ୍ୟୁସଂଖ୍ୟା ହ୍ରାସ ପାଇ ପାରିବ ସେଥିପାଇଁ ଜିଲ୍ଲା ପୋଲିସ ନେଇଛି ସ୍ୱତନ୍ତ୍ର ପଦକ୍ଷେପ । ଦୁର୍ଘଟଣାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରଖିବା ସହ ପୋଲିସ ପକ୍ଷରୁ କୋଣସି ହଇରାଣ ହରକତ ନକରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଯାହାଫଳରେ ସାଧାରଣ ଲୋକ ଆଗକୁ ଆସି ଦୁର୍ଘଟଣା ଜନିତ ଆହତଙ୍କୁ ସାହାଯ୍ୟ କରିବାପାଇଁ ମନ ବଳାଉଛନ୍ତି । ଏସପି ଜୟନରାୟଣ ପଙ୍କଜ ଏହି ଅଭିନବ ପ୍ରୟାସ ପାଇଁ ଜିଲ୍ଲାର ବିଭିନ୍ନ ଥାନାର ୮ ଜଣକୁ ଆର୍ଥିକ ପୁରସ୍କାର ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ପୂର୍ବରୁ ୧୬ ଜଣକୁ ଜାନୁଆରୀ ୨୬ ତାରିଖରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମିତିରେ ରାସ୍ତାଘାଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ଜଣେ ସାଧାରଣ ଲୋକ ସାହାଯ୍ୟ କଲେ ସବୁବେଳେ ହଇରାଣ ହୋଇଥାନ୍ତି । ତେଣୁ ଇଛା ଥିଲେ ମଧ୍ୟ ଆହତଙ୍କୁ କେହି ସାହାଯ୍ୟ କରିପାରନ୍ତି ନାହିଁ । ଫଳରେ ଠିକ ସମୟରେ ଡାକ୍ତଖାନା ପହଞ୍ଚି ନପାରିବାରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details