ବାରିପଦା:ଆକ୍ସନ ମୁଡରେ ଭିଜିଲାନ୍ସ ଟିମ । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛି ଟିମ । ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଛାପା ମାରିଛି ଭିଜିଲାନ୍ସ ।
ବାରିପଦା ମୂର୍ଗାବାଡ଼ିରେ ସରକାରୀ କ୍ୱାଟରରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ରାୟଗଡ଼ା କସ୍ତୁରିନଗରରେ ଥିବା ପୈତୃକ ଘର, ବିଶାଖାପାଟଣା ଚିନ୍ନାଗଡ଼ିଲିରେ ଥିବା ହିଲ୍ ଭ୍ୟୁ ଫ୍ଲାଟ୍, ଭୁବନେଶ୍ବର ସୁନ୍ଦରପଦା ମାଧିପୁର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ମୟୂରଭଞ୍ଜ ମୂର୍ଗାବାଡି ବାରିପଦାରେ ଏଲଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର ଓ ବାଲେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଟିମ । ଏହି ରେଡରେ ୩ ଡିଏସପି, ୧୨ ଇନସ୍ପେକ୍ଟର,୨ ସବଇନସ୍ପେକ୍ଟର, ୫ ଏଏସଆଇ ସାମିଲ ଅଛନ୍ତି ।