ଓଡିଶା

odisha

ETV Bharat / state

ଆକ୍ସନ ମୋଡରେ ଅବକାରୀ ବିଭାଗ, ଶହେରୁ ଉର୍ଦ୍ଧ୍ବ ତମାଖୁ ଦୋକାନରେ ଚଢ଼ାଉ - Excise team raid in various tobacco shop

ଗୁରୁବାର କେନ୍ଦୁଝର ସହରର ଶହେରୁ ଉର୍ଦ୍ଧ୍ବ ଦୋକାନରେ ଅବକାରୀ ବିଭାଗରେ ମିଳିତ ଚଢ଼ାଉ । ଅନେକ ଦୋକାନରେ ଗୁଟକା, ସିଗାରେଟ ଆଦି ଅବକାରୀ ଜିନିଷ ଜବତ ସହ ଜୋରିମାନା ଆଦାୟ କରାଯାଇଛି ।

tobacco shop raid
ତମାଖୁ ଦୋକାନରେ ଚଢ଼ାଉ

By

Published : Feb 7, 2020, 3:35 AM IST

କେନ୍ଦୁଝର: ସହରର ବିଭିନ୍ନ ଦୋକାନରେ ବେଧଡକ ଚାଲିଛି ଗୁଟକା ବିକ୍ରି । ରାଜ୍ୟ ସରକାରଙ୍କ ସଚେତନତା ସତ୍ତ୍ବେ ଜିଲ୍ଲାରେ ବିଭିନ୍ନ ଦୋକାନରେ ତମାଖୁ ବିକ୍ରୟ ବନ୍ଦ ହୋଇନାହିଁ । ଯାହାକୁ ନେଇ ଗୁରୁବାର କେନ୍ଦୁଝର ସହରର ଶହେରୁ ଉର୍ଦ୍ଧ୍ବ ଦୋକାନରେ ଅବକାରୀ ବିଭାଗରେ ମିଳିତ ଚଢ଼ାଉ କରାଯାଇଥିଲା ।

ତମାଖୁ ଦୋକାନରେ ଚଢ଼ାଉ

ଅବକାରୀ ବିଭାଗ, ପୋଲିସ ଓ ଖାଦ୍ୟ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ଅନେକ ଦୋକାନରେ ଗୁଟକା, ସିଗାରେଟ ଆଦି ଅବକାରୀ ଜିନିଷ ଜବତ କରିବା ସହ ଜୋରିମାନା ଆଦାୟ କରିଛନ୍ତି । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଶ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details