କେନ୍ଦୁଝର: ପେନସନ ବ୍ୟବସ୍ଥା ସହିତ ଅନ୍ୟ କ୍ଷେତ୍ରରେ ଅସମାନତାକୁ ନେଇ ବିକ୍ଷୋଭ କରିଛନ୍ତି ପୂର୍ବତନ ସେନା କର୍ମଚାରୀ । ଭାରତୀୟ ସେନା କ୍ଷେତ୍ରରେ ସମାନ କାମକୁ ସମାନ ଦରମା ଏହି ନାରା କେବଳ ନାରା ମଧ୍ୟରେ ସୀମିତ ରହିଯାଇଛି । ଭାରତୀୟ ସେନା କର୍ମଚାରୀ ବିଶେଷ କରି ସୀମାରେ ଲଢ଼ୁଥିବା ସେନାକୁ ଅଧିକ ଦରମା ପ୍ରଦାନ ନେଇ ଦୀର୍ଘଦିନ ଧରି ଦାବି କରି ଆସୁଛି । ଏଥିସହ ସୀମାରେ ଥିବା ସେନା କର୍ମଚାରୀ ଚାକିରିରୁ ସେବା ନିବୃତ୍ତ ହେବା ପରେ ତାର ପେନସନ ନେଇ ବିସଙ୍ଗତି ଦେଖା ଦେଉଛି । ତାଙ୍କ ପେନସନ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହେଉନଥିବା ବେଳେ ସେବା ନିବୃତ ଅଧିକାରୀଙ୍କ ପେନସନ ବୃଦ୍ଧି ସରକାର କରୁଛନ୍ତି । ଫଳରେ ସେବା ନିବୃତ୍ତ ସେନାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସୈନିକ ସଂଘ ।
ଆହୁରି ମଧ୍ୟ ପୂର୍ବତନ ସୈନିକ ମାନଙ୍କ ବିଧବା ପତ୍ନୀଙ୍କୁ ପେନସନ କ୍ଷେତ୍ରରେ ମଧ୍ୟ ଅବହେଳା କରାଯାଉଥିବା ଅଭିଯୋଗ କରିଛି ପୂର୍ବତନ ସୈନିକ ସଂଘ । ପୂର୍ବତନ ସୈନିକଙ୍କୁ ସମାନ ପଦ ସମାନ ଦରମା ଲାଗୁ ଦାବି କରିଛି ପୂର୍ବତନ ସୈନିକ ସଂଘ । ଦିବ୍ୟାଙ୍ଗ ହୋଇ ସେନା ଛାଡିଥିବା ପୂର୍ବତନ ସୈନିକଙ୍କୁ ବିଶେଷ ପେନସନ ପ୍ରଦାନ ପାଇଁ ଦାବି କରିବା ସହ ପୂର୍ବତନ ସୈନିକଙ୍କୁ ଚିକିତ୍ସା ପାଇଁ ବିଶେଷ ସୁବିଧା ଯୋଗାଇବା ପାଇଁ ଦାବି କରିଛି ସଂଘ । ଏହି ସବୁ ଦାବି ନେଇ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ପୂର୍ବତନ ସୈନିକ ସଂଘ ।
ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡ଼ା ବ୍ୟାଟେଲ: ଶୃଙ୍ଖଳିତ ଉପନିର୍ବାଚନ ପାଇଁ ନୋଡ଼ାଲ ଅଧିକାରୀଙ୍କ ବୈଠକ