ଓଡିଶା

odisha

ETV Bharat / state

'ଇଟିଭି ଭାରତ' ପ୍ରଭାବ: 3 ଅସହାୟ ଶିଶୁଙ୍କୁ ସାହା ହେଲେ LIC କର୍ମକର୍ତ୍ତା - anandpur news

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢ଼ାଇଲା ଏଲଆଇସି । ଏଲଆଇସି କର୍ମଚାରୀ ମାନେ ଅସହାୟ ପିଲାମାନଙ୍କ ପାଖରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି କରିଛନ୍ତି ସହାୟତା ଯୋଗାଇଛନ୍ତି । ଅଧିକ ପଢନ୍ତୁ...

'ଇଟିଭି ଭାରତ'ର ପ୍ରଭାବ: 3 ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲେ LIC କର୍ମକର୍ତ୍ତା
'ଇଟିଭି ଭାରତ'ର ପ୍ରଭାବ: 3 ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲେ LIC କର୍ମକର୍ତ୍ତା

By

Published : Aug 24, 2020, 10:36 PM IST

ଆନନ୍ଦପୁର: ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢ଼ାଇଲା ଏଲଆଇସି । ଏଲଆଇସି କର୍ମଚାରୀ ମାନେ ଅସହାୟ 3 ପିଲାମାନଙ୍କ ପାଖରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ସହାୟତା ଯୋଗାଇଛନ୍ତି । ଏନେଇ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ଏଲଆଇସି କର୍ମକର୍ତ୍ତା ଓ ଗ୍ରାମବାସୀମାନେ ।

ଆନନ୍ଦପୁର ବ୍ଲକ ସୁନ୍ଦୁରିଆ ଗ୍ରାମର କାହ୍ନୁଚରଣ ପିଙ୍ଗୁଆଙ୍କ ବିୟୋଗ ପରେ ତାଙ୍କର 3 ସନ୍ତାନ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । 5 ବର୍ଷ ପୂର୍ବେ ଏମାନଙ୍କ ମା' ଏମାନଙ୍କୁ ଛାଡି ଚାଲିଯାଇଥିଲେ । କାହ୍ନୁଚରଣ ନିଜ ପିଲାଙ୍କୁ ଅତି ସ୍ନେହ ଓ ଆଦରରେ ରଖିଥିଲେ । ପେଶାରେ ଡ୍ରାଇଭର ଥିବା କାହ୍ନୁ ପିଲାଙ୍କ ପାଇଁ ନିଜ ବୃତ୍ତିକୁ ଛାଡି ପିଲାଙ୍କ ପାଖରେ ରହି ମୁଲ ମଜୁରୀ କରୁଥିଲେ । ଆଉ ପିଲାଙ୍କ ଲାଳନପାଳନ ଓ ପାଠପଢା କୌଣସିଥିରେ ଉଣା କରିନଥିଲେ । ହେଲେ ତାଙ୍କ ଦେହାନ୍ତ ପରେ ତିନି ପିଲାଙ୍କ ପାଇଁ ପାଠପଢା ତ ଦୂରର କଥା, ପେଟକୁ ଦିଓଳି ମୁଠାଏ ଦାନା ମିଳିବା ମଧ୍ୟ ଏକ ପ୍ରକାର ମୁସ୍କିଲ ହୋଇଯାଇଥିଲା । 3 ନୀରିହ ନିଷ୍ପାପ ଶିଶୁଙ୍କ ଦୁଃଖ ଖବର 'ଇଟିଭି ଭାରତ'ରେ ଅଗଷ୍ଟ 14ରେ ପ୍ରସାରଣ ହୋଇଥିଲା । ଆଉ ଏହି ଖବର ଦେଖିବା ପରେ ସହାୟତାର ହାତ ବଢ଼ାଇଛି ଏଲଆଇସି । ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହ ପଢିବା ପାଇଁ ପାଠ୍ୟ ସାମଗ୍ରୀ ଏବଂ ଚାଲିବା ପାଇଁ କିଛି ଟଙ୍କା ସହ ଖାଦ୍ୟ ସାମଗ୍ରୀ ଦେଇଛନ୍ତି । ଏହାସହ ପିଲା ମାନଙ୍କର ଭବିଷ୍ୟତ ପାଇଁ ସବୁବେଳେ ଏଲଆଇସି ସହାୟତା କରିବ ବୋଲି ଏଲଆଇସିର କର୍ମକର୍ତ୍ତା କହିଛନ୍ତି ।

'ଇଟିଭି ଭାରତ'ର ପ୍ରଭାବ: 3 ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲେ LIC କର୍ମକର୍ତ୍ତା

ସେପଟେ କୋରୋନା ଭଳି ବିପତ୍ତି ସମୟରେ ମା' ବାପାଙ୍କୁ ହରାଇ ଅସହାୟ ହୋଇପଡିଥିବା ଏହି ନିଷ୍ପାପ ଶିଶୁ ମାନଙ୍କ ପାଖରେ ଏଲଆଇସି ପହଞ୍ଚି ସହଯୋଗ କରିଥିବାରୁ ସାହାଯ୍ୟକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ । ଏଥିସହିତ ପ୍ରଶାସନ ମଧ୍ୟ ତୁରନ୍ତ ସହାୟତାର ହାତ ବଢ଼ାଇ ପିଲାମାନଙ୍କର ଭବିଷ୍ୟତ ଗଢିବା ପାଇଁ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details