କେନ୍ଦୁଝର:ଖବର ବାଜିଲା ସହାୟତାର ହାତ ବଢିଲା । ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଜଣା ମାଆର ଦୁଃଖ ଦୂର ହୋଇଛି । ଖୁବଶୀଘ୍ର ପୁଅ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ମାଆ ମନରେ ଆଶାର କିରଣ ଉଇଁଛି । କେନ୍ଦୁଝର ଜିଲ୍ଲା ନେଲାଙ୍ଗ ଗାଁର ମାନସିକ ବିକାରଗ୍ରସ୍ତ ଯୁବକ ସାଗର ନାଏକ 2 ବର୍ଷ ହେବ ପାହାଡରେ ରହି ଆସୁଥିଲେ । ଦିନରାତି ସେହି ପାହାଡ କୋଳରେ ହିଁ ତାଙ୍କ ଜୀବନ ବିତୁଥିଲା । ଗତ ଜୁନ 2 ତାରିଖରେ ‘ଇଟିଭି ଭାରତ’ରେ ଏହି ଖବର ପ୍ରସାରଣ ପରେ ସାଗରଙ୍କୁ ପାହାଡରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ପାହାଡରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିଲା ସାଗର ଓରଫ ବାବୁ ନାଏକ । ସାଗର ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପାହାଡକୁ ଘର କରିଥିଲେ । ପୁଅ ପାଇଁ ପ୍ରତିଦିନ ମାଆ କୁନ୍ତଳା ଖାଇବା ନେଇ ଯାଆନ୍ତି । ବହୁ ଦୁଃଖକଷ୍ଟ କରି ଖାଇବା ଧରି ଆସି ସକାଳୁ ସଞ୍ଜ ପାହାଡ ତଳେ ଜଗି ରହୁଥିଲା । ଖାଇବାକୁ ପୁଅକୁ ଡାକନ୍ତି କଣ ଦୁଇମୁଠା ଖାଇ ଦେଇ ପୁଣି ସେହି ପାହାଡକୁ ଚାଲିଯାଏ ପୁଅ ସାଗର । ପୁଅ କିପରି ପାହାରୁ ଘରକୁ ଫେରିବ ଆଉ ଭଲ ହେବ ସେ ନେଇ ଚିନ୍ତାରେ ପଡିଥିଲେ କୁନ୍ତଳା । ‘ଇଟିଭି ଭାରତ’ର କୁନ୍ତଳାଙ୍କର ଏହି ସମସ୍ୟାର ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ତ୍ୱାବଧାନ ଯୋଗୁଁ ତତ୍ପରତା ପ୍ରକାଶ କରିଥିଲା ସାମାଜିକ ସୁରକ୍ଷା ବିଭାଗ।
ଖବର ପ୍ରସାରଣ ପରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ତ୍ୱାବଧାନ ଯୋଗୁଁ ତତ୍ପରତା ପ୍ରକାଶ କରିଥିଲା ସାମାଜିକ ସୁରକ୍ଷା ବିଭାଗ। ଏନେଇ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ପରିଚାଳିତ ହେଉଥିବା ଡିଏମଏଫ ଆଶ୍ରୟକୁ ସାଗରକୁ ଉଦ୍ଧାର କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ଆଶ୍ରୟର ଅଧିକାରୀ ମାନେ ଗତକାଲି (ଶନିବାର) ସ୍ଥାନ ନିରୀକ୍ଷଣ ପରେ ଆଜି (ରବିବାର) ଭୋରୁ ସାଗରକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ସକାଳୁ ସାଗର ଗୁମ୍ଫା ଭିତରେ ଶୋଇଥିବା ବେଳେ ଆଶ୍ରୟର କର୍ମଚାରୀମାନେ ସାଗରକୁ ଉଦ୍ଧାର କରିବାକୁ ସଫଳ ହୋଇଥିଲେ । ସାଗରକୁ ଆଶ୍ରୟର କର୍ମଚାରୀମାନେ ଡାକ୍ତରୀ ପରୀକ୍ଷା ପରେ ଆଶ୍ରୟ ଗୃହକୁ ନେଇ ଯାଇଥିଲେ ।