କେନ୍ଦୁଝର: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଦିନକୁ ଦିନ ଏହାର ମାତ୍ରା ବଢିବାରେ ଲାଗିଛି। ପ୍ରଦୂଷଣର ଏକ କାରଣ ହେଉଛି ଖଣି ଖନନ। କେନ୍ଦୁଝର ଜିଲ୍ଲାରେ ଏହି ଖଣି ଖନନର ପ୍ରଭାବରୁ ପରିବେଶ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ କିପରି ରୋକି ହେବ ସେ ନେଇ ପରିବେଶବିତ, ବୁଦ୍ଧିଜୀବୀଙ୍କୁ ନେଇ ସ୍ଥାନୀୟ ଶହୀଦ ସଦନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁସାରେ ଆଗାମୀ ‘ଓଡିଶା ପରିବେଶ କଂଗ୍ରେସ’ ଏନେଇ ପ୍ରସ୍ତାବ ଉପସ୍ଥାପିତ କରାଯିବ।। ଏହି ପରିବେଶ କଂଗ୍ରେସ ଆଗାମୀ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ପରିବେଶବିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପରିବେଶ ପ୍ରଦୂଷଣ ରୋକିବାକୁ କର୍ମଶାଳା
ଦିନକୁ ଦିନ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ ରୋକିବାକୁ ଆରମ୍ଭ ହୋଇଛି ଚିନ୍ତନ। କେନ୍ଦୁଝରରେ ଏନେଇ ଏକ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି।
ପରିବେଶ ପ୍ରଦୂଷଣ ରୋକିବାକୁ କର୍ମଶାଳା
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ