ଓଡିଶା

odisha

ETV Bharat / state

'ବିଜୁଳି ସଂଯୋଗରେ ଅର୍ଥ ସାଜିବନି ପ୍ରତିବନ୍ଧକ' - 'ବିଜୁଳି ସଂଯୋଗରେ ଅର୍ଥ ସାଜିବନି ପ୍ରତିବନ୍ଧକ'

ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ଜିଲ୍ଲାର ବିଦ୍ୟୁତ ବିଭାଗ ସମୀକ୍ଷା କରିଛନ୍ତି ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏଣିକି ଜିଲ୍ଲାର ବିଭିନ୍ନ ଗାଁକୁ ପହଞ୍ଚିବ ବିଜୁଳି । ଏଥିପାଇଁ ଯାହା ଖର୍ଚ୍ଚ ହେବ ସେସବୁ ରାଜ୍ୟ ସରକାର ଯୋଗାଇ ଦେବେ । ସମୀକ୍ଷା ବୈଠକରେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଶକ୍ତି ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 19, 2019, 11:51 PM IST

କେନ୍ଦୁଝର: ଗାଁର ବିକାଶ ହେବ ତ ଦେଶର ବିକାଶ ହେବ । ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଅପହଞ୍ଚ ସରକାରୀ ସହାୟତା । ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ । ମାତ୍ର ଏଥିରୁ ଟିକେ ହେଲେ ବି ଉପକୃତ ହେଉନାହାନ୍ତି ଗ୍ରାମବାସୀ । କେନ୍ଦୁଝର ଏକ ବଣ ଜଙ୍ଗଲ ଘେରା ଜିଲ୍ଲା ହୋଇଥିବାବେଳେ ଜିଲ୍ଲାର ମୁଖ୍ୟ ସମସ୍ୟା ବିଜୁଳି ସଂଯୋଗ । ଆଉ ଏଥିପାଇଁ ଅର୍ଥ ସାଜିଛି ବାଧକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ହେଲେ ଏଣିକି ଜିଲ୍ଲାର ବିଭିନ୍ନ ଗାଁକୁ ପହଞ୍ଚିବ ବିଜୁଳି । ଏଥିପାଇଁ ଯାହା ଖର୍ଚ୍ଚ ହେବ ସେସବୁ ରାଜ୍ୟ ସରକାର ଯୋଗାଇ ଦେବେ । ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀ ବିଦ୍ୟୁତ୍ ବିଭାଗର ସମୀକ୍ଷା କରିଥିଲେ । ଜିଲ୍ଲାର ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରାଯିବ ବୋଲି ସମୀକ୍ଷା ବୈଠକରେ କହିଥିଲେ । ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details