ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେଡି

ଆଜି କେନ୍ଦୁଝର ସହରରେ ଜୀବନକୁ ବାଜି ଲଗାଇ ବିଭିନ୍ନ ଛକ ମାନଙ୍କରେ କାର୍ଯ୍ୟ କରୁଥିବା ପୋଲିସମାନଙ୍କୁ ନଗର ବିଜେଡି ପକ୍ଷରୁ ସମ୍ମାନିତ କରାଯାଇଛି । ଏହାସହ କାର୍ଯ୍ୟରତ ଥିବା ଏହି ପୋଲିସକର୍ମୀଙ୍କୁ ଗୋଲାପ ଫୁଲ, ଡ୍ରାଏ ଫୁଡ୍‌ସ୍‌ ଦେଇ ଉତ୍ସାହିତ କରିଥିଲେ । ଅଧିକ ପଢନ୍ତୁ...

By

Published : Jun 6, 2021, 1:09 PM IST

ବିଜେଡି ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ
ବିଜେଡି ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ

କେନ୍ଦୁଝର: ଜାରି ରହିଛି ଏବେ କୋରୋନାର ଦ୍ବିତୀୟ ଲହର । କିନ୍ତୁ ଏହି କୋରୋନାରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରି ଚାଲିଛନ୍ତି ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀ । ଏଥିପାଇଁ ଏମାନଙ୍କୁ ସରକାର ଆଗ ଧାଡ଼ିର କୋରୋନା ଯୋଦ୍ଧା ଘୋଷଣା କରିଛନ୍ତି ।

ବିଜେଡି ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ

ଏପଟେ ଆଜି କେନ୍ଦୁଝର ସହରରେ ଜୀବନକୁ ବାଜି ଲଗାଇ ବିଭିନ୍ନ ଛକ ମାନଙ୍କରେ କାର୍ଯ୍ୟ କରୁଥିବା ପୋଲିସମାନଙ୍କୁ ନଗର ବିଜେଡି ପକ୍ଷରୁ ସମ୍ମାନିତ କରାଯାଇଛି । ଏହାସହ କାର୍ଯ୍ୟରତ ଥିବା ଏହି ପୋଲିସକର୍ମୀଙ୍କୁ ଗୋଲାପ ଫୁଲ , ଡ୍ରାଏ ଫୁଡ୍‌ସ୍‌ ଦେଇ ଉତ୍ସାହିତ କରିଥିଲେ । ଏହି ଆଗ ଧାଡ଼ିର କୋରୋନା ଯୋଦ୍ଧାଙ୍କୁ ଏଭଳି ସମ୍ମାନିତ କରି ବହୁ ଆନନ୍ଦିତ ଥିବା ବିଜେଡି କର୍ମୀ ପ୍ରକାଶ କରିଥିବା ବେଳେ ପୋଲିସ କର୍ମୀମାନେ ମଧ୍ୟ ବହୁତ ଖୁସିଥିବା କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details