ଓଡିଶା

odisha

ETV Bharat / state

ତେଲକୋଇରେ ଦନ୍ତାହାତୀ ଉତ୍ପାତ; ଭାଙ୍ଗିଲା ଘର, କଚାଡିଲା ମଣିଷ - ହାତୀ ଆକ୍ରମଣ ଜଣେ ଗୁରୁତର

କେନ୍ଦୁଝର ତେଲକୋଇ ବନାଞ୍ଚଳ ଅଧିନସ୍ଥ କୁଣ୍ଡେଇହତା ଗାଁରେ ଦନ୍ତାହାତୀ ଖେଳାଉଛି ଆତଙ୍କ। ୧୧ ଦିନରେ ହାତୀପଲ ୧୦ଟି ଘର ଭାଙ୍ଗିବା ସହ ଜଣକୁ ଆକ୍ରମଣ କରି ଗୁରୁତର କରିଛନ୍ତି। ଅଧିକ ଖବର ପଢନ୍ତୁ...

elephnat attack
ତେଲକୋଇରେ ଦନ୍ତାହାତୀ ଉତ୍ପାତ,ଭାଙ୍ଗିଲା ଘର କଚାଡିଲା ମଣିଷ

By

Published : Jan 14, 2020, 10:24 AM IST

କେନ୍ଦୁଝର: ଦନ୍ତାହାତୀ ଖେଳାଉଛି ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଗାଁକୁ ପ୍ରବେଶ କରିବା ସହ ଲୋକଙ୍କ ପାଚେରୀ ଓ ନଳକୂପକୁ ଭଙ୍ଗାରୁଜା କରିଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବନାଞ୍ଚଳ ଅଧିନସ୍ଥ କୁଣ୍ଡେଇହତା ଗାଁରେ।

ତେଲକୋଇରେ ଦନ୍ତାହାତୀ ଉତ୍ପାତ,ଭାଙ୍ଗିଲା ଘର କଚାଡିଲା ମଣିଷ

ସୂଚନା ଅନୁସାରେ, ଏହି ଦନ୍ତାକୁ ଘଉଡାଇବା ପାଇଁ ଲୋକେ ଅଣ୍ଟା ଭିଡିଥିଲେ। ଏହି ସମୟରେ ଗାଁର ବିଜୟ ପ୍ରଧାନ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ଉଠାଇ ଫିଙ୍ଗି ଦେଇଥିଲା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କ ହାତ, ଛାତି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ପରେ ପରେ ଗୁରୁତର ବ୍ୟକ୍ତିଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅଵସ୍ଥା ଏବେ ଭଲ ରହିଥିବା ଜଣାପଡିଛି ।

ସେପଟେ ଭିମକାଣ୍ଡ ଗାଁରେ ମଧ୍ୟ ଗତକାଲି ରାତିରେ ହାତୀପଲ ଜଣଙ୍କ ଘରକୁ ଭାଙ୍ଗିଛନ୍ତି। ହାତୀଙ୍କ ଉତ୍ପାତ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ୧୧ ଦିନରେ ହାତୀପଲ ୧୦ଟି ଘର ଭାଙ୍ଗିବା ସହ ଜଣକୁ ଆକ୍ରମଣ
କରି ଗୁରୁତର କରିଛନ୍ତି। ଘଟଣା ପରେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details