କେନ୍ଦୁଝର: ହାତୀ ଉପଦ୍ରବ ଥମିବାରେ ନା ଧରୁନାହିଁ । ଚମ୍ପୁଆ ରେଞ୍ଜରେ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିଛନ୍ତି । ଏହା ସହିତ ବିଳମ୍ବିତ ରାତିରେ ପାଟଣା ରେଞ୍ଜ ଦେଇ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।
ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଫସଲ - ହାତୀପଲ ପାଟଣା ରେଞ୍ଜ
କେନ୍ଦୁଝର ଜିଲ୍ଲାରେ 23 ଜଣିଆ ହାତୀପଲ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିବା ସହିତ ଫାର୍ମ ହାଉସର ଆଜବେଷ୍ଟ ଭାଙ୍ଗି ଦେଇଛନ୍ତି ।
ଚମ୍ପୁଆ ଛାଡି ୨୩ ଜଣିଆ ହାତୀପଲ ପାଟଣା ରେଞ୍ଜର ଡିମିରିଗୁଡାରେ ଧାନ ଫସଲ ମାଡି ଚକଡି ନଷ୍ଟ କରିଛନ୍ତି । ଏଥି ସହିତ ଡିମିରିଗୁଡ଼ାରେ ଥିବା ଅଖିଳ ନାଏକଙ୍କ ଏକ ଫାର୍ମ ହାଉସର କାନ୍ଥ ଓ ଆଜବେଷ୍ଟ ଭାଙ୍ଗି ଦେଇଛନ୍ତି । ଏହା ସହିତ ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମ ଦେଇ ହାତୀପଲ ତ୍ରିବିନ୍ଧା ଦେଇ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଏବେ ବଡ଼ଦେଉଳି ଜଙ୍ଗଲରେ ଥିବା ସୂଚନା ମିଳିଛି । ବନବିଭାଗ ତରଫରୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ